Categories: ଜାତୀୟ

ମହିଳା ନିର୍ଯାତନା ଉପରେ କିଛି ବି ଶୁଣିବାକୁ ଚାହୁଁନି କଂଗ୍ରେସ: ସ୍ମୃତି ଇରାନୀ…

ନୂଆଦିଲ୍ଳୀ,୨୨।୭ : ମଣିପୁରରେ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଡ଼ା ନିନ୍ଦା କରିଛନ୍ତି। ଏହି ଭାଇରାଲ ଭିଡ଼ିଓ ଏବେ ସଂସଦରେ ପହଞ୍ଚିଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି। ସ୍ମୃତି ଇରାନୀ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।

ଏହା ସହିତ ସେ ରାଜସ୍ଥାନରେ ବୃଦ୍ଧି ପାଉଥିବା ମହିଳାଙ୍କ ଉପରେ ହିଂସାକୁ ନେଇ ସମାଲୋଚନା କରିଛନ୍ତି। ରାଜ୍ୟର କଂଗ୍ରେସ ସରକାର ସତ୍ୟର ସାମ୍ନା କରିବାକୁ ଚାହୁଁ ନାହାନ୍ତି।

ମହିଳା ନିର୍ଯାତନା ଉପରେ କିଛି ବି ଶୁଣିବାକୁ ଅମଙ୍ଗ। କଂଗ୍ରେସ ସରକାର ସତ୍ୟଠାରୁ ଦୂରେଇବାରେ ଲାଗିଛନ୍ତି। ଏହା ରାଜ୍ୟର ମହିଳାଙ୍କ ପାଇଁ ଭଲ ନୁହେଁ ବୋଲି ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି।

Share