ବେଙ୍ଗାଲୁରୁ,୧୧।୧ : କଂଗ୍ରେସ ପକ୍ଷରୁ ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପାର୍ଟି ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଲାଗାଭିରୁ ଦଳର “ପିପୁଲ୍ସ ଭଏସ ଯାତ୍ରା” ଲଞ୍ଚ କରିଛନ୍ତି।
ଲୋକମାନଙ୍କୁ ଦଳ ସହିତ ଯୋଡିବା ଏବଂ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଜିତିବା ପାଇଁ ସେମାନଙ୍କୁ ନିବେଦନ କରିବା ଏହି ଯାତ୍ରାର ଉଦ୍ଦେଶ୍ୟ। ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ମଧ୍ୟ ଆସନ୍ତା ବିଧାନସଭା ନିର୍ବାଚନରେ କୋଲାର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୋମବାର ଘୋଷଣା କରି ସାରିଛନ୍ତି।
କଂଗ୍ରେସ ପକ୍ଷରୁ ଏହି ଯାତ୍ରା ପାଇଁ ଦୁଇଟି ଦଳ ଗଠନ କରାଯାଇଛି। ଗୋଟିଏ ଦଳର ନେତୃତ୍ୱ ନିଜେ ସିଦ୍ଧରମୈୟା ନେଉଥିବାବେଳେ ଅନ୍ୟ ଦଳରର ନେତୃତ୍ୱ ଡି.କେ ଶିବକୁମାର ନେଉଛନ୍ତି। ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ରାଜ୍ୟର ସମସ୍ତ ୨୨୪ ନିର୍ବାଚନମଣ୍ଡଳୀ ଦେଇ ଯାତ୍ରା କରିବ।