Categories: ଜାତୀୟ

କଂଗ୍ରେସର ରୋଡ ଶୋ’କୁ ନେଇ ଅଭିଯୋଗ: କୋଭିଡ ନିୟମ ସହ ଆଚରଣ ବିଧିର ହୋଇଛି ଉଲ୍ଲଂଘନ

ନୂଆଦିଲ୍ଲୀ,୧୧ ।୨: ମୁରାଦାବାଦରେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ଡୋର ଟୁ ଡୋର ପ୍ରଚାର କରିବାର ଅନୁମତି ନେଇ ରୋଡ ଶୋ’ର ଆୟୋଜନ କରାଯାଇଥିବା ଅଭିଯୋଗରେ ମାମଲା ଦାୟର କରାଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ ଆୟୋଜନ କରିଥିବା ପ୍ରାର୍ଥୀଙ୍କ ବିରୋଧରେ ପୋଲିସ ଆଚରଣ ସଂହିତା ଓ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମାମଲା କରିଛି । ମୁରଦାବାଦ ନଗର ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ହାଜି ରିଜୱାନ କ୍ୟୁରେଶିଙ୍କ ବିରୋଧରେ ମାମଲା ହୋଇଛି । ଡୋର ଟୁ ଡୋର ପ୍ରଚାର ଲାଗି ୨୦ ଜଣଙ୍କୁ ଅନୁମତି ଥିବା ବେଳେ ହଜାର ଲୋକଙ୍କୁ ନେଇ ଭିଡ କରିବା ସହ ପ୍ରିୟଙ୍କା ଗାନ୍ଧୀଙ୍କର ରୋଡ ଶୋ’ କରାଯାଇଥିଲା । ଏହାରି ବିରୋଧରେ ମୁଗଲପୁରା ଥାନାରେ ଅଭିଯୋଗ ହୋଇଛି ।

Share