Advertisement

ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସନ୍ଧ୍ୟା ୫ଟାରେ ଏମାର୍ଜେନ୍ସି ବୈଠକ ଡକାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। ଲୋକ ସଭା ସଚିବ ରାହୁଲଙ୍କ ଏମ୍‌ପି ସଦସ୍ୟତାକୁ ରଦ୍ଦ କରିଛନ୍ତି। ସୂଚନା ମୁତାବକ, ଗୁଜରାଟର ସୁରତ କୋର୍ଟରେ ମାନହାନି ମାମଲାରେ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ କୋର୍ଟର ନିଷ୍ପତ୍ତି ପରେ ଲୋକ ସଭା ସଚିବାଳୟ ଲୋକ ପ୍ରତିନିଧି ଅଧିନିୟମର ଧାରା ୮ଅନୁସାରେ ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିବା ସହ ଶୁକ୍ରବାର ସନ୍ଧ୍ୟା ୫ଟାରେ ଏକ ଜରୁରୀକାଳୀନ ବୈଠକ ଡକାଇଛି। କଂଗ୍ରେସ ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବରିଷ୍ଠ ନେତାଙ୍କ ସହ ଏହି ବୈଠକ ଡକାଇଛନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share