Categories: ଜାତୀୟ

ଚାଷୀ ସମସ୍ୟା ନେଇ ସରକାରଙ୍କୁ ଘେରିଲା କଂଗ୍ରେସ: ଯନ୍ତର ମନ୍ତରରେ ଧାରଣାରେ ବସିଲେ ଅମରିନ୍ଦର-ସିଦ୍ଧୁ

ନୂଆଦିଲ୍ଲୀ,୪।୧୧: ଚାଷୀ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ,ନଭଜୋତ ସିଂ ସିଦ୍ଧୁ ଏବଂ ଅନ୍ୟ ସଦସ୍ୟମାନେ ଯନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। ପଞ୍ଜାବରେ ୩ରୁ୪ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବାରୁ ଚାଷୀମାନେ ସମସ୍ୟାରେ ପଡୁଥିବା ଅମରିନ୍ଦର ଅଭିଯୋଗ କରିଛନ୍ତି। ଏହାଦ୍ୱାରା କୃଷି ଉତ୍ପାଦନ ଉପରେ ପ୍ରଭାବ ପଡୁଥିବା ସେ କହିଛନ୍ତି। ଚାଷୀଙ୍କ ପ୍ରତି ସରକାରଙ୍କ ଚିନ୍ତା ନାହିଁ। କୃଷି ଆଇନ ପରେ ଏବେ ବିଦ୍ୟୁତ୍‌ କାଟ ଯୋଗୁ ଚାଷୀମାନେ ଅସନ୍ତୁଷ୍ଟ ଥିବା ସେ ପ୍ରକାଶ କରିଛନ୍ତି।

Share