Categories: ଜାତୀୟ

୨ ପୂର୍ବ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କଲା କଂଗ୍ରେସ

ରାଞ୍ଚି,୧୪।୧୨: କଂଗ୍ରେସ ଦୁଇ ପୂର୍ବତନ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ପୂର୍ବତନ ବିଧାୟକ ବିନୟ ଜୟସ୍ବାଲ ଏବଂ ବୃହସ୍ପତ ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନିର୍ବାଚନରେ ହାରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଉଭୟ ନେତା ଗୁରୁତର ଅଭିଯୋଗ ଆଣିଥିଲେ। ପୂର୍ବତନ ବିଧାୟକଙ୍କ ବୟାନ ଉପରେ ଦଳ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତତ୍କାଳୀନ ପ୍ରଭାବ ପକାଇ ଏହି ବହିଷ୍କାର କାର୍ଯ୍ୟକାରୀ କରାଯାଇଛି।

ଛତିଶଗଡ ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଜାରି କରାଯାଇଥିବା ବହିଷ୍କାର ଆଦେଶରେ କୁହାଯାଇଛି ଯେ, ଛତିଶଗଡ ବିଧାନସଭା ନିର୍ବାଚନ -୨୦୨୩ ଫଳାଫଳ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଚିବ ତଥା ଛତିଶଗଡ ପ୍ରଭାରୀଙ୍କ ବିରୋଧରେ ଲଗାଯାଇଥିବା ତଥ୍ୟହୀନ ଅଭିଯୋଗର ସ୍ପଷ୍ଟିକରଣରେ ଅସନ୍ତୁଷ୍ଟ ହୋଇ ଛତିଶଗଡ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ପୂର୍ବତନ ବିଧାୟକ ବିନୟ ଜୟସ୍ବାଲଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଏଥି ସହିତ ପୂର୍ବତନ ବିଧାୟକ ବୃହସ୍ପତ ସିଂଙ୍କୁ ମଧ୍ୟ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି।

Share