Categories: ଜାତୀୟ

କୁଲଦୀପ ବିଶ୍ନୋଇଙ୍କୁ ସମସ୍ତ ପଦରୁ ହଟାଇଲା କଂଗ୍ରେସ

ଚଣ୍ଡିଗଡ଼,୧୨ ।୬: ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଶ୍ନୋଇଙ୍କୁ ସମସ୍ତ ପଦରୁ ହଟାଇ ଦେଇଛି । ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଦଳ ବିଧାୟକଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି । ଦଳ ପକ୍ଷରୁ ବିଶ୍ନୋଇଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇ ଦିଆଯାଇଛି । ଦଳର ସଂଗଠନ ମହାସଚିବ କେସି ଭେଣୁଗୋପାଳଙ୍କ ସୂଚନା ଅନୁଯାୟୀ, ଦେସାନିଆ ଗାନ୍ଧୀ ବିଶ୍ନୋଇଙ୍କୁ କଂଗ୍ରେସ କାର୍ଯ୍ୟ ସମିତିର ବିଶେଷ ଆମନ୍ତ୍ରିତ ସଦସ୍ୟ ସମେତ ପାର୍ଟିର ସମସ୍ତ ଦାୟିତ୍ୱରୁ ତତ୍କାଳ ପ୍ରଭାବ ଅନୁଯାୟୀ ମୁକ୍ତ କରି ଦେଇଛନ୍ତି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପକ୍ଷରୁ ହରିୟାଣା ବିଧାନସଭା ଅଧ୍ୟକ୍ଷରୁ ବିଶ୍ନୋଇଙ୍କ ସଦସ୍ୟତା ଶେଷ କରିବାକୁ ବି ସୁପାରିଶ କରାଯାଇପାରେ । ଏପଟେ ହରିୟାଣା ରାଜ୍ୟସଭା ନିର୍ବାଚନରେ ଅଜୟ ମାକେନ ହାରିବା ପରେ ବିଶ୍ନୋଇଙ୍କ ଟୁଇଟକୁ ନେଇ ବି ଚର୍ଚ୍ଚା ବଢୁଛି । ଏହାସହ ସେ ଜଣେ ୟୁଜରଙ୍କ ଟୁଇଟକୁ ରିଟୁଇଟ କରିବା ବି ଆଲୋଚନା ପରିସରକୁ ଆସିଛି ।

Share