Posted inଜାତୀୟ

ପରାଜୟ ପରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୩: ଚଳିତ ନିର୍ବାଚନରେ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପୁଣିଥରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ଯଥାଶୀଘ୍ର ସମ୍ଭବ ନୂଆ ଅଧ୍ୟକ୍ଷ ନିର୍ବାଚନ ଲାଗି ୨୩ ଅସନ୍ତୁଷ୍ଟ କଂଗ୍ରେସ ନେତା (ଜି୨୩) ଦାବି କରିଛନ୍ତି। ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ସାଂଗଠନିକ ସ୍ତରରେ ପରିବର୍ତ୍ତନ ଲାଗି ଆହ୍ବାନ ଦିଆଯାଇଛି। ଏଥିପାଇଁ ଏଆଇସିସିର ଜରୁରୀ ବୈଠକ ଡାକିବାକୁ ଜି୨୩ ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁଯାୟୀ ୨୩ ଅସନ୍ତୁଷ୍ଟ ନେତାଙ୍କ ବୈଠକ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବସିଥିଲା। କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ପୁନର୍ଗଠନ ଏବଂ ନିର୍ବାଚନ ପରାଜୟ ପାଇଁ ଏହାକୁ ଉତ୍ତରଦାୟୀ କରିବା ସହ ତୁରନ୍ତ ସାଂଗଠନିକ ନିର୍ବାଚନ ଶେଷ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ବରିଷ୍ଠ ନେତା କପିଲ ସିବଲ, ମନୀଷ ତିଓ୍ବାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରଗୁଡିକ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଏଣିକି ବିନା…

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କୋଚିଂ ସେଣ୍ଟର ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ତଥା ପ୍ରତାରଣାକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ...

ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା, ବାମ ଆଖିର ଅପରେଶନ କରିଦେଲେ ଡାକ୍ତର

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ ଡାକ୍ତରଙ୍କ ଅବହେଳାର ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡାକ୍ତରଖାନାରେ ବାମ ଆଖିର ଚିକିତ୍ସା କରାଇବାକୁ ଆସିଥିବା...

ଏଥର ବି ଫେଲ୍‌ ମାରିବ ‘ରାହୁଲ ବାବାଙ୍କ’ ବିମାନ: ବର୍ଷିଲେ ଅମିତ ଶାହା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ନେତା ସୋନିଆ ଗାନ୍ଧୀଙ୍କ ଉପରେ ଖୋଳତାଡ଼ କରି...

ପୁଣି ଭାଜପା ସହ ଯିବେ କି ଉଦ୍ଧବ ଠାକ୍‌ରେ: ନିର୍ବାଚନ ପୂର୍ବରୁ କହିଦେଲେ ମନର କଥା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା(ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେ ଭାଜପା ସହ ମେଣ୍ଟ ସମ୍ଭାବନା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି।...

ପୁରୋହିତ ମନ୍ତ୍ର ପଢ଼ିଲେ, ହେଲେ ବିବାହ ନ କରି କେବଳ ୪୯୦୦୦ ଦେଇଦେବାକୁ କହିଲେ ବରକନ୍ୟା; କାରଣ ଜାଣିଲେ…

ଉଜୈନ,୧୪।୧୧: ସଜବାଜ ହୋଇ ମଣ୍ଡପରେ ବସିଲେ। ପୁରୋହିତ ମନ୍ତ୍ର ବି ପଢ଼ିଲେ। ହେଲେ ବର ସିନ୍ଦୁର ପିନ୍ଧାଇଲେନି କିମ୍ବା ହାତଗଣ୍ଠି ପଡ଼ିଲାନି। କେବଳ ଏତିକି ନୁହେଁ...

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ...

ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ମିଳିବ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୪।୧୧: ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କ ଆଦାନୀ ଗ୍ରୁପ ମାଧ୍ୟମରେ ଆମେରିକାରେ ୧୦ ବିଲିୟନ...

ଯୋଗୀ ସରକାରଙ୍କ ବୁଲ୍‌ଡୋଜର୍‌ ସବୁଦିନ ପାଇଁ ଗ୍ୟାରେଜକୁ ଗଲା: ଅଖିଳେଶ ଯାଦବ

ଲକ୍ଷ୍ନୌ,୧୪।୧୧: ଉତ୍ତରପ୍ରଦେଶ ସରକାରଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri