Categories: ଜାତୀୟ

କଂଗ୍ରେସକୁ ଘାରିଛି ବାଡ଼ ଡିଆଁ ଭୟ: ୩୮ ଜିଲାରେ ପର୍ଯ୍ୟବେକ୍ଷକ

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ବାଡ଼ ଡିଆଁ ଭୟ ଘାରିଛି। ଦଳର କିଛି ନେତା ଘୋଡ଼ାବେପାରରେ ସାମିଲ ହୋଇ ଅନ୍ୟ ଦଳରେ ମିଶିବାର ଆଶଙ୍କା ରହିଥିବା କଂଗ୍ରେସ କେନ୍ଦ୍ରୀୟ ଟିମ୍‌ ଅନୁମାନ କରୁଛନ୍ତି। ସେଥିପାଇଁ ରାଜ୍ୟର ୩୮ ଜିଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ୍‌ ସୁର୍ଜଓ୍ବୋଲ ରାଜଧାନୀ ପାଟନାରେ ଡେରା ପକାଇଛନ୍ତି। ଅନ୍ୟ ଜଣେ ପର୍ଯ୍ୟବେକ୍ଷକ ଅବିନାଶ ପାଣ୍ଡେ ମଧ୍ୟ ପାଟନାରେ ପହଞ୍ଚି ରାଜନୈତିକ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ପ୍ରତି କଂଗ୍ରେସ ନେତାଙ୍କ ଗତିବିଧି ରାଷ୍ଟ୍ରୀୟ ପ୍ରବକ୍ତା ଅନୁଧ୍ୟାନ କରୁଥିବା କୁହାଯାଉଛି। ମହାମେଣ୍ଟ ସହଜ ସ୍ଥିତିରେ ରହିବା ସମ୍ଭାବନା ପ୍ରକାଶ ପାଇବା ପରେ କଂଗ୍ରେସ ପକ୍ଷରୁ ବାଡ଼ ଡିଆଁ ରୋକିବା ଲାଗି ଯୋଜନାବଦ୍ଧ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share