ଜୟପୁର,୧୩।୭: ରାଜସ୍ଥାନରେ କ୍ଷମତାରେ ଥିବା କଂଗ୍ରେସ ସରକାରରେ ଫାଟ ସୃଷ୍ଟି ହୋଇଛି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଫାଇଟର ପାଇଲଟ୍ ବୋଲାଉଥିବା ସଚିନ ପାଇଲଟ୍ ଏବେ ଶତ୍ରୁ ଶିବିର ଭାଜପା ମୁହାଁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ୨୦୧୮ରେ ଥିବା ଦଳର ରଙ୍ଗ ମାତ୍ର ୨ ବର୍ଷମଧ୍ୟରେ ଏବେ ୨୦୨୦ରେ ଫିକା ପଡ଼ିଯାଇଛି। ଦଳରେ ନିର୍ବାଚନ ଲଢ଼ିବା ସମୟର ଉତ୍ସାହ ଆଉ ନାହିଁ। ମଧ୍ୟପ୍ରଦେଶରେ କଂଗ୍ରେସ ଶିବିରରେ ବିଦ୍ରୋହ ହେବାର ୪ ମାସ ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ଚିନ୍ତାଧାରାରେ ବହୁ ପରିବର୍ତ୍ତନ ଆସିଥିବା ଚର୍ଚ୍ଚା ହେଉଛି।