ବେଙ୍ଗାଲୁରୁ,୧୧।୬: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ରବିବାର କହିଛନ୍ତି କର୍ନାଟକରେ କଂଗ୍ରେସର ୫ ଗ୍ୟାରେଣ୍ଟି ସବୁଠାରୁ ବଡ ଚ୍ୟାଲେଞ୍ଜିଙ୍ଗ ପଦକ୍ଷେପ ଥିଲା। ଏହାସହ ସେ କହିଛନ୍ତି, ସେ ଭାବୁଛନ୍ତି କି ଅନ୍ୟ ରାଜ୍ୟରେ ଦଳ ଏହାକୁ ପାଳନ କରିପାରେ, ଯାହା ସେଠାକାର ଆର୍ଥିକ ସ୍ଥିତି ଉପରେ ନିର୍ଭର କରିବ।
ଶିବକୁମାର କହିଛନ୍ତି, ସରକାର କୋଟି କୋଟି ଟଙ୍କାର ଋଣ ଛାଡ କରି ବ୍ୟବସାୟୀଙ୍କୁ ସାହାଯ୍ୟ କରୁଛନ୍ତି, ହେଲେ ସାଧାରଣ ଜନତାଙ୍କୁ କିପରି ସାହାଯ୍ୟ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେଥିପାଇଁ ଆମେ ୫ ଗ୍ୟାରେଣ୍ଟି ନେବାକୁ ନିଷ୍ପତ୍ତି ନେଇଥିଲୁ। ସେ ଆହୁରି ମଧ୍ୟ କହିଛନ୍ତି, ଆର୍ଥିକ ପ୍ରସଙ୍ଗ, ବେକାରୀ ଓ ଗରିବ ମୁଖ୍ୟ ପ୍ରସଙ୍ଗ ରହିଛି, ଆଦର୍ଶଗତ ନୁହେଁ, କାରଣ ଏଥିରେ ପେଟ ପୁରେ ନାହିଁ।