Categories: ଜାତୀୟ

ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ବୟାନ ଜାରି

ନୂଆଦିଲ୍ଲୀ,୬।୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫୁସଫୁସ୍‌ଜନିତ ସଂକ୍ରମଣ ହେତୁ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଡାକ୍ତରଖାନା ପକ୍ଷରୁ ବୟାନ ଜାରି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ସେ ଧିରେ ଧିରେ ସୁସ୍ଥ ହେଉଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ସୋନିଆ ଅସୁସ୍ଥ ଥିବାରୁ ପୁଅ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାକୁ ଅଧାରେ ଛାଡ଼ି ଦିଲ୍ଲୀ ଫେରି ଆସିଥିଲେ। ହେଲେ ଆଜି ଅର୍ଥାତ ଶୁକ୍ରବାର(ଜାନୁୟାରୀ ୬)ରୁ ସେ ପୁଣିଥରେ ଯାତ୍ରାରେ ଯୋଗ ଦେବାକୁ ଯାଇଛନ୍ତି। ଏହି ଯାତ୍ରା ଏବେ ହରିୟାଣାରେ ପହଞ୍ଚିଛି। ପାନିପତରେ ରାହୁଲ ପୁଣିଥରେ ଯାତ୍ରା ସହ ଯୋଡ଼ି ହେବେ ବୋଲି କୁହାଯାଉଛି।

Share