Categories: ଜାତୀୟ

ନାଗାଲାଣ୍ଡରେ ତଥ୍ୟ ସଂଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୭।୧୨: କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ନାଗାଲାଣ୍ଡର ଗୁଳିକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବ। ସପ୍ତାହେ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଉକ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ପ୍ରତିନିଧି ଦଳରେ କଂଗ୍ରେସ ନେତା ଜିତେନ୍ଦ୍ର ସିଂ, ଡ. ଅଜୟ କୁମାର, ଗୌରବ ଗୋଗୋଇ ଏବଂ ଅଣ୍ଟୋ ଆଣ୍ଟୋନି ସଦସ୍ୟ ରହିଛନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନାଗାଲାଣ୍ଡର ମୋନ୍‌ ଜିଲାକୁ ୫ ଜଣିଆ ପ୍ରତିନିଧି ଦଳ ପଠାଇବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପରେ ଏହାକୁ ବାତିଲ କରିଦେଇଛି। ଆଇନ ଶୃଙ୍ଖଳା ସ୍ଥିତିି ବିଗିଡ଼ିବା ଆଶଙ୍କାରେ ସେଠାରେ ୧୪୪ ଧାରା ଜାରି ହୋଇଥିବାରୁ ଟିଏମ୍‌ସି ଟିମ୍‌ର ଗସ୍ତ ବାତିଲ ହୋଇଛି।

Share