ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ନୂତନ ନେତୃତ୍ୱ ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଦଳରେ ଏବେ ମାନସ ମନ୍ଥନ ଚାଲିଛି। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଜି-୨୩ ନେତାଙ୍କ ପୁଣି ଥରେ ବୈଠକ ବସିବାକୁ ଯାଉଛି। ଏହି ବୈଠକ ଆଉ କିଛି ସମୟ ପରେ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ର ସଦସ୍ୟ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଏହି ବୈଠକ ଆୟୋଜିତ ହେବ। ଏହି ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନ, ଦଳର ସଂଗଠନ ଓ ନେତୃତ୍ୱ ପରିବର୍ତ୍ତନ ଉପରେ ଆଲୋଚନା ହେବ। ୨୪ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଥର ବୈଠକ ଯେଉଁଥିରେ ଏହି ନେତାମାନେ ସାକ୍ଷାତକାର କରିଛନ୍ତି। ଏହାପୂର୍ବରୁ ବୁଧବାର ଜି-୨୩ର କିଛି ସଦସ୍ୟମାନେ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବୈଠକ କରିଥିଲେ। ଏହି ବୈଠକରେ ଶଶି ଥରୁର, ମଣିଶଙ୍କର ଅୟର, ପରନୀତ କୌର, ହରିଆଣାର ପୂର୍ବତନ ବାଚସ୍ପତି କୁଲଦୀପ ଶର୍ମା, ଗୁଜରାଟରର ନେତା ଶଙ୍କର ସିଂ ବାଘେଲା ଓ ପଞ୍ଜାବ ନେତା ରଜିନ୍ଦର କୌର ଭଟ୍ଟଲ ସାମିଲ ହୋଇଥିଲେ।