ବାପ, ଝିଅ, ପୁଅଙ୍କୁ ଟିକେଟ୍‌ ଦେଲା କଂଗ୍ରେସ, ଜାଣନ୍ତୁ କିଏ କେଉଁ ଆସନରୁ ଲଢିବେ

ଭୁବନେଶ୍ୱର,୨।୪: ବିଜେଡି, ଭାଜପା ପରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ତା’ର ପ୍ରାର୍ଥୀ ତାଲିକାରେ ପୁରୁଖା ନେତାଙ୍କୁ ପୁଣି ସୁଯୋଗ ଦେଇଛି। ଏପରିକି କଂଗ୍ରେସ ଗୋଟିଏ ପରିବାରର ସଦସ୍ୟଙ୍କୁ ଟିକେଟ୍‌ ଦେଇଛି। ସୂଚନାମୁତାବକ, ବୁଜବଳ ମାଝୀଙ୍କୁ ନବରଙ୍ଗପୁରରୁ ଲୋକ ସଭା ଟିକେଟ୍‌ କଂଗ୍ରେସ ଦେଇଥିବା ବେଳେ ଝିଅ ଲିପିକା ମାଝୀଙ୍କୁ ଡାବୁଗାଁ ବିଧାନସଭା ଟିକେଟ୍‌ ମିଳିଛି। ସେହିପରି ଭକ୍ତ ଚରଣ ଦାସ ନର୍ଲା ବିଧାନସଭା ଆସନରୁ ଟିକେଟ୍‌ ପାଇଥିବା ବେଳେ ତାଙ୍କ ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ଟିକେଟ୍‌ ଦେଇଛି କଂଗ୍ରେସ।

Share