Categories: ଜାତୀୟ

ହିମନ୍ତ ବିଶ୍ୱ ଶର୍ମା ପ୍ରଧାନମନ୍ତ୍ରୀଙ୍କ ମଣ୍ଡଳୀର ଏକ ଅଂଶ: ଜୟରାମ ରମେଶ

ଗୁଆହାଟୀ,୨୪।୬: ହୁସେନ ଓବାମାଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ବିରୋଧୀ ଦଳ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ କଡ଼ା ଆକ୍ରମଣ କରୁଛନ୍ତି। ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି। ଜୟରାମ ରମେଶ କହିଛନ୍ତି, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଅସାମାଜିକ ତତ୍ତ୍ୱ ନୁହନ୍ତି, କିନ୍ତୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅନ୍ୟତମ ସ୍ବତନ୍ତ୍ର ଯୋଦ୍ଧା ଅଟନ୍ତି।

ଏଥି ସହିତ ଶର୍ମାଙ୍କ ମନ୍ତବ୍ୟ ପରେ ବିରୋଧୀଦଳ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଆସାମ ସିଏମଙ୍କ ଟୁଇଟ୍‌ ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାବିକୁ ଦୁର୍ବଳ କରିଦେଇଛି ଯେ ଭାରତରେ କୌଣସିି ଧାର୍ମିକ ଭେଦଭାବ ନାହିଁ।
ଏନସିପି ଶର୍ମାଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ଦଳ କହିଛି ଯେ ହୁସେନା ଓବାମାଙ୍କ ମନ୍ତବ୍ୟ ପାଇଁ ଶର୍ମା କ୍ଷମା ମାଗନ୍ତୁ। ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏହି ବିବୃତ୍ତି ପାଇଁ ଶର୍ମାଠାରୁ କ୍ଷମା ଦାବି କରିଛି।

Share