Categories: ଜାତୀୟ

ଗେହଲୋଟ-ପାଇଲଟଙ୍କ ବିବାଦର ସମାଧାନ ପାଇଁ ପହଞ୍ଚିଲେ ଭେଣୁଗୋପାଳ

ଜୟପୁର,୨୩।୬: କଂଗ୍ରେସ ସଙ୍ଗଠନର ମହାସଚିବ କେସି ଭେଣୁଗୋପାଳ ଗୁରୁବାର ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଛନ୍ତି। ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ହୋଇଥିବା ବିବାଦକୁ ସମାଧାନ କରିବାକୁ ନେଇ ଚର୍ଚ୍ଚା ହୋଇଛି। ଏବେ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି, କଂଗ୍ରେସ ଚାହୁଁନାହଁି ସଚ୍ଚିନ ପାଇଲଟ ପାର୍ଟି ଛାଡି ଦିଅନ୍ତୁ ଅବା ଏମିତି କିଛି ସମସ୍ୟା ଆସୁ। ସେଥିପାଇଁ ଦୁଇ ନେତାଙ୍କ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଓ ସଚ୍ଚିନ ପାଇଲଟଙ୍କୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବାକୁ ଚେଷ୍ଟା ଚାଲିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେସି ଭେନୁଗୋପାଳ ଅତୀତରେ ଦିଲ୍ଲୀରେ ସଚିନ ପାଇଲଟଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲେ ଏବଂ ଏହା ପରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିବା ପାଇଁ ଜୟପୁରରେ ପହଞ୍ଚିଥିଲେ। ଯଦିଓ ଆନୁଷ୍ଠାନିକ ଭାବେ କୁହାଯାଇଥିଲା ଯେ ଭେନୁଗୋପାଳ ଜୟପୁରରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ, କିନ୍ତୁ ଦୁହେଁ ଏଠାରେ ଏକ ଘଣ୍ଟାରୁ ଅଧିକ ସମୟ ଧରି କଥାବାର୍ତ୍ତା ହୋଇଥିଲେ।

ଦୁଇ ନେତାଙ୍କ ବୈଠକରୁ ବିଭିନ୍ନ ଅର୍ଥ ବାହାର କରାଯାଉଛି। ଗୁରୁବାର ଭେନୁଗୋପାଳ ପିଡବବ୍ଲ୍ୟୁଡି ମନ୍ତ୍ରୀ ଭଜନ ଲାଲ ଜାତବଙ୍କ ଝିଅର ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ଏଠାରେ କଂଗ୍ରେସ ନେତାଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ସବୁ ଠିକ ଅଛି ଏବଂ ଉଭୟ ନେତା ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

Share