Categories: ଜାତୀୟ

ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ କଂଗ୍ରେସ ନେତା

ନୂଆଦିଲ୍ଲୀ,୫।୧: ରାମଲାଲାଙ୍କ ଉତ୍ସବରେ ଯୋଗଦେବେ କଂଗ୍ରେସ ନେତା। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ କଂଗ୍ରେସ ନେତାମାନେ ଯୋଗଦେବା ନେଇ ଅନୁମତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ।
ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଗୁରୁବାର କଂଗ୍ରେସର ଦିଲ୍ଲୀ ମୁଖ୍ୟାଳୟରେ ଦଳ ସବୁ ରାଜ୍ୟର ପ୍ରଭାରୀଙ୍କ ସହ ଏକ ବୈଠକ କରିଥିଲା। ବୈଠକରେ ଇଣ୍ଡିଆ ମେଣ୍ଟରେ ଅନ୍ୟ ପାର୍ଟି ସହ ସିଟ୍‌ ବୁଝାମଣା ନେଇ ଆଲୋଚନା ହୋଇଥିଲା। ବୈଠକ ଭିତରେ କଂଗ୍ରେସର ୟୁପି ସଭାପତି ଅଜୟ ରାଇ ଓ ବିହାରର ଅଖିଳେଶ ପ୍ରସାଦ ସିଂହ ରାମ ମନ୍ଦିର ଉଦ୍‌ଘାଟନୀରେ ଯିବା ପାଇଁ ଅନୁମତି ଲୋଡିଥିଲେ। ଯାହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ ଅନୁମତି ଦେଇଛନ୍ତି।

Share