Posted inଜାତୀୟ

କଂଗ୍ରେସକୁ ଲାଗିଲା ଡବଲ୍‌ ଝଟ୍‌କା: ଦଳ ଛାଡିଲେ ବିଧାୟକ

ଡେରାଡୁନ୍‌,୧୭।୩: ଉତ୍ତରାଖଣ୍ଡ କଂଗ୍ରେସରେ ଇସ୍ତଫା ପର୍ଯ୍ୟାୟ ଶେଷ ହେଉନାହିଁ। ରବିବାର କଂଗ୍ରେସ ଦୁଇଟି ବଡ଼ ଝଟ୍‌କା ଲାଗିଛି। ଟେହରୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ ନେତା ଧନ ସିଂ ନେଗି ଏବଂ ବଦ୍ରିନାଥ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଭଣ୍ଡାରୀ ଦଳ ଛାଡିଛନ୍ତି। ଏଥି ସହିତ ତିନି ଦିନ ମଧ୍ୟରେ ଆଠଜଣ ବଡ ନେତାଙ୍କ ଇସ୍ତଫା ଯୋଗୁ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରାଜେନ୍ଦ୍ର ଭଣ୍ଡାରୀ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। ସିଏମ ପୁଷ୍କର ସିଂ ଧାମି, ମନ୍ତ୍ରୀ ପୀୟୁଷ ଗୋୟଲ, ପୌରୀ ଆସନ ପ୍ରାର୍ଥୀ ଅନିଲ ବାଲୁନି ଏବଂ ଉତ୍ତରାଖଣ୍ଟ ଭାଜପା ଦାୟିତ୍ୱରେ ଥିବା ଦୁଷ୍ୟନ୍ତ ଗୌତମ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।
ଗଙ୍ଗୋତ୍ରୀ ବିଧାୟକ ବିଜୟ ପାଲ ସଜୱାନ ଏବଂ ପୂର୍ବତନ ପୁରୋଲା ବିଧାୟକ ମାଲଚାନ୍ଦ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତେବେ ଶନିବାର ଦିନ ଦଳର ଲୋକପ୍ରିୟ ଚେହେରା ଭାବେ ବିବେଚିତ କଂଗ୍ରେସ ନେତା ହରକ ସିଂ ରାୱତଙ୍କ ବୋହୂ ଅନୁକ୍ରତି ଇସ୍ତଫା ଦେଇଛନ୍ତି। ପୌରୀରୁ ପୂର୍ବତନ ଜିଲା ପଞ୍ଚାୟତ ସଭାପତି କେସର ସିଂ ନେଗି ଦଳରୁ ଇସ୍ତଫା ଦେଇଛନ୍ତି।
ଏଥିସହିତ ବିକାଶଖଣ୍ଡ କୋଟର ପୂର୍ବତନ ମୁଖ୍ୟ ତଥା ପୂର୍ବତନ ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ନାଭାଲ କିଶୋର ମଧ୍ୟ କଂଗ୍ରେସ ଛାଡିଛନ୍ତି। ଏହା ବ୍ୟତୀତ ପୌରୀ ବ୍ଲକ ମୁଖ୍ୟ ଦୀପକ କୁକସାଲ ମଧ୍ୟ କଂଗ୍ରେସ ଛାଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image