ପରାଜୟ ସ୍ବୀକାର କଲେ ରାୱତ

ନୂଆଦିଲ୍ଲୀ,୧୦।୩: ୨୦୧୭ ପରେ ୨୦୨୨ରେ ମଧ୍ୟ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ସିଂ ରାୱତଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଲାଲଙ୍କୁଆ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ମୋହନ ସିଂଙ୍କ ୧୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ତାଙ୍କୁ ପରାସ୍ତ କରିଛନ୍ତି।

ପରାଜୟ ପରେ ହରିଶ ରାୱତ ଟୁଇଟ୍‌ କରି କହିଛନ୍ତି, ନିର୍ବାଚନର ଫଳାଫଳ ମୋତେ ଆଶ୍ଚର୍ଯ୍ୟ କରିଛି। ଏତେ ଦରଦାମ ବୃଦ୍ଧି ସତ୍ତ୍ୱେ, ଜନତାଙ୍କ ଜନାଦେଶ ଯଦି ଏଭଳି ହୁଏ, ତେବେ ଉତ୍ତରାଖଣ୍ଡବାସୀଙ୍କ ହୃଦୟ ଜିତିବାରେ କଂଗ୍ରେସ ବିଫଳ ହୋଇଛି। ବିଶ୍ୱାସ ଥିଲା ଲୋକେ ପରିବର୍ତ୍ତନ ପାଇଁ ଭୋଟ ଦେବେ, ଆମର ପ୍ରୟାସରେ କିଛି କମ୍‌ ରହିଗଲା। ପରାଜୟକୁ ସ୍ବୀକାର କରୁଛି। ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହରିଶ ରାଓ୍ବତ।

Share