ଭିନେଶଙ୍କୁ ରାଜ୍ୟ ସଭା ପଠାଇବା ନେଇ କଂଗ୍ରେସର ଅଛି ବଡ଼ ରାଜନୈତିକ ଚାଲ୍‌! ସାଂଘାତିକ କଥା କହିଦେଲେ ରେସଲର୍‌ଙ୍କ ଦାଦା

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ହରିୟାଣା ସରକାର ରେସଲର୍‌ ଭିନେଶ ଫୋଗଟଙ୍କୁ ରୋପ୍ୟ ପଦକ ବିଜେତା ଭଳି ସମସ୍ତ ସୁବିଧା ଏବଂ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଭିତରେ ଭିିନେଶଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ଆଲୋଚନା ତୀବ୍ର ହୋଇଛି। କାରଣ ସେପ୍ଟେମ୍ବରରେ ରାଜ୍ୟ ସଭାର ୧୨ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ହରିୟାଣା ସିଏମ ଭୁପିନ୍ଦର ସିଂ ହୁଡା କହିଛନ୍ତି ଯେ ଫୋଗଟଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯିବା ଉଚିତ, ତଥାପି ରାଜ୍ୟସଭା ନିୟମ ଅନୁଯାୟୀ ଷ୍ଟାର ରେସଲର ଏଥିପାଇଁ ଯୋଗ୍ୟ ହେଉ ନାହାନ୍ତି।

କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ ଭିନେଶଙ୍କୁ ରାଜ୍ୟ ସଭାକୁ ପଠାଯିବା ଉଚିତ। କିନ୍ତୁ, ରାଜ୍ୟ ସଭା ନିୟମ ଅନୁଯାୟୀ ଷ୍ଟାର ମହିଳା ରେସଲର ନିୟମନୁସାରେ ଏଥିପାଇଁ ଯୋଗ୍ୟ ହେବେ ନାହିଁ। କାରଣ ତାଙ୍କ ବୟସ ୩୦ବର୍ଷରୁ କମ ଅଟେ। ନିୟମ ଅନୁଯାୟୀ, ରାଜ୍ୟ ସଭାର ସଦସ୍ୟ ହେବାକୁ ଜଣେ ବ୍ୟକ୍ତିଙ୍କ ବୟସ ସୀମା ୩୦ ବର୍ଷରୁ କମ ହେବା ଉଚିତ ନୁହେଁ। ବର୍ତ୍ତମାନ, ଭିନେଶ ଫୋଗଟଙ୍କ ବୟସ ୨୯ ବର୍ଷ । କିନ୍ତୁ, ଭିନେଶ ୨୫ ଅଗଷ୍ଟ ୨୦୨୪ରେ ୩୦ ବର୍ଷ ହୋଇଯିବେ।

ସେପ୍ଟେମ୍ବର ୩ରେ ୧୨ ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହି ଦିନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ତେବେ ହରିୟାଣାର ଗୋଟିଏ ଆସନ ଏଥିପାଇଁ ଖାଲି ଅଛି କାରଣ, କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ରୋହତକରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ବିଜୟ ହୋଇଥିଲେ।

ନିର୍ବାଚନ କମିଶନରଙ୍କ ଅନୁଯାୟୀ ଅଗଷ୍ଟ ୧୪ରେ ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ ଯାଏଁ ରହିବ। ଏଭଳି ପରିସ୍ଥିତିରେ କଂଗ୍ରେସ ଚାହିଁଲେ ମଧ୍ୟ ଫୋଗଟଙ୍କୁ ରାଜ୍ୟ ସଭା ଟିକେଟ୍‌ ଦେଇ ପାରିବ ନାହିଁ। କାରଣ ଅଗଷ୍ଟ ୨୫ ରେ ତାଙ୍କୁ ୩୦ ବର୍ଷ ବୟସ ହେବ। ଯାହା ନାମାଙ୍କନପତ୍ର ଦାଖଲ କରିବାର ମାତ୍ର ୪ ଦିନ ପଛୁଆ ଅଛି।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ, ଯଦି ହରିୟାଣା ବିଧାନସଭାରେ କଂଗ୍ରେସର ସଂଖ୍ୟା ଗରିଷ୍ଠତା ଥାଆନ୍ତା ତେବେ ସେ ଭିନେଶଙ୍କୁୁ ରାଜ୍ୟ ସଭା ପାଇଁ ମନୋନୀତ କରିଥାନ୍ତା। ଯଦି ଆମର ସଂଖ୍ୟା ଥାଆନ୍ତା, ତେବେ ଆମେ ଭନେଶ ଫୋଗଟଙ୍କୁ ରାଜ୍ୟ ସଭାକୁ ପଠାଇଥାନ୍ତୁ।

ଭିନେଶ ଫୋଗଟଙ୍କ ଦାଦା ମହାବୀର ଫୋଗାଟ କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ଏକ ରାଜନନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି। ସେ କହିଛନ୍ତି, ଯେତେବେଳେ ହରିୟାଣାରେ କଂଗ୍ରେସ କ୍ଷମତାରେ ଥିଲା ସେତେବେଳେ ତାଙ୍କ ଝିଅ ରେସଲର୍‌ ଗୀତା ଫୋଗଟ ଅନେକ ପଦକ ଜିତିବା ସତ୍ତ୍ୱେ ରାଜ୍ୟ ସଭାକୁ ପଠାଯାଇ ନ ଥିଲା। ଯେତେବେଳେ ସେମାନଙ୍କର ସରକାର ଥିଲା, ସେମାନେ କାହିଁକି ଗୀତା ଫୋଗଟଙ୍କୁ ପଠାଇଲେ ନାହିଁ? ସେ ଆହୁରି ମଧ୍ୟ କହିଛନ୍ତି, ଗୀତା ଫୋଗଟ ଅନେକ ରେକର୍ଡ ସ୍ଥାପନ କରିଛନ୍ତି। ଯେତେବେଳେ ଭୁପେନ୍ଦ୍ର ସିଂ ହୁଡା ସରକାର କ୍ଷମତାରେ ଥିଲେ, ସେମାନେ ଗୀତାଙ୍କୁ ଡେପୁଟି ପୋଲିସ ଅଧୀକ୍ଷକ ମଧ୍ୟ କରି ନ ଥିଲେ।

Share