ପଣଜୀ,୧୩।୯ : ଭାରତ ଯୋଡ ଯାତ୍ରାକୁ ନେଇ କଂଗ୍ରେସ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ଏହି ମର୍ମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସାୱନ୍ତ କହିଛନ୍ତି ଯେ ଏହା ଭାରତ ଯୋଡ ଯାତ୍ରା ନୁହେଁ ବରଂ କଂଗ୍ରେସ ଯୋଡ ଯାତ୍ରା।
ଦେଶକୁ ବିଭାଜନ କରିବାର ଅଭ୍ୟାସ କଂଗ୍ରେସର ଅଛି। କିନ୍ତୁ ଭାଜପା ଏବଂ ଆରଏସଏସ ସବୁବେଳେ ଭାରତକୁ ଏକଜୁଟ କରିବା କଥା କହୁଛନ୍ତି। ଆମ ଦେଶର ଇତିହାସକୁ ଦେଖିଲେ ଜଣାପଡ଼େ କଂଗ୍ରେସ ସ୍ବାଧୀନତା ପୂର୍ବରୁ ଭାରତକୁ ବିଭାଜନ କରି ପାକିସ୍ତାନ ସୃଷ୍ଟି କରିଥିଲା । ସେମାନେ ଆରଏସଏସ ୟୁନିଫମ ର୍ ଜାଳି ଏବଂ ହୀନତାର ବାତାବରଣ ସୃଷ୍ଟି କରି ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରୁଛନ୍ତି। ମୁଁ କଂଗ୍ରେସର ଏହି ନୀତିକୁ ନିନ୍ଦା କରୁଛି।
ଗୋଆ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ସୋମବାର କଂଗ୍ରେସ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଆରଏସଏସର ଏକ ପୋଷ୍ଟର ପୋଷ୍ଟ କରିବା ପରେ ଆସିଛି। ଏହା ପରେ ଭାଜପା ନେତାମାନେ କଂଗ୍ରେସକୁ ଘେରିବା ଜାରି ରଖିଛନ୍ତି।