Categories: ଜାତୀୟ

ମହାସଚିବ-ରାଜ୍ୟ ପ୍ରମୁଖଙ୍କ ବୈଠକ ଡାକିଲା କଂଗ୍ରେସ, ଦରଦାମ୍‌ ବୃଦ୍ଧି-ବେରୋଜଗାରି ବିରୋଧରେ ନୂଆ ରଣନୀତି ହେବ ପ୍ରସ୍ତୁତି…

ନୂଆଦିଲ୍ଲୀ, ୧୩।୮ : ଦେଶରେ ଦରଦାମ୍‌ ବୃଦ୍ଧି-ବେରାଜଗାରି ବିରୋଧରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଏକ ବଡ଼ ଧରଣର ରାଲି କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଦେଶବ୍ୟାପି ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ କରାଯିବାକୁ ଦଳ ନିଷ୍ପତ୍ତି ଗ୍ରହଣ କରିଛି। ଏହି ମର୍ମରେ ଅଗଷ୍ଟ ୧୬ରେ କଂଗ୍ରେସ ପକ୍ଷରୁ ମହାସଚିବ-ରାଜ୍ୟ ପ୍ରମୁଖଙ୍କ ବୈଠକ ଡକାଇଛି। ବୈଠକରେ ଦରଦାମ୍‌ ବୃଦ୍ଧି-ବେରୋଜଗାରି ବିରୋଧରେ ନୂଆ ରଣନୀତି ପ୍ରସ୍ତୁତ କରାଯିବ। ଏହାପରେ ଅଗଷ୍ଟ ୧୭ରୁ ୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଲି ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଭାଜପା ସରକାର ଦେଶରେ ଦରଦାମ ବୃଦ୍ଧି ଏବଂ ବେରୋଜଗାରି ରୋକିବାରେ ଅସଫଳ ହୋଇଛନ୍ତି। ସରକାରଙ୍କ ତ୍ରୁଟିଯୁକ୍ତ ଆର୍ଥିକ ନୀତି ଯୋଗୁ ଦେଶବାସୀ ହଇରାଣ ହରକତ ହେଉଥିବା ସେ କହିଛନ୍ତି। ସରକାରଙ୍କ ଜନବିରୋଧୀ ନୀତି ସମ୍ପର୍କରେ ଦେଶବ୍ୟାପି କଂଗ୍ରେସ ସଚେତନତା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Share