Categories: ଜାତୀୟ

ଦେଶ ପ୍ରତିରକ୍ଷା ନାମରେ କଂଗ୍ରେସ କରିଛି ଦୁର୍ନୀତି: ପ୍ରଧାନମନ୍ତ୍ରୀ…

ଶିମଲା,୫।୧୧: ହିମାଚଳ ପ୍ରଦେଶର ସୁନ୍ଦରନଗର ଜବାହର ପାର୍କରେ ବିଜୟ ସଙ୍କଳ୍ପ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମିଥ୍ୟା ପ୍ରତିଶ୍ରୁତି ଦେବା, ମିଥ୍ୟା ଗ୍ୟାରେଣ୍ଟି ଦେବା କଂଗ୍ରେସର ପୁରୁଣା କୌଶଳ। ଚାଷୀଙ୍କୁ ଋଣ ଛାଡ ନାମରେ କଂଗ୍ରେସ କିପରି ମିଛ କହୁଛି ତାହା ସମଗ୍ର ଦେଶ ସାକ୍ଷୀ ପାଲଟିଛି। ଯେତେବେଳେ ଭାଜପା ସରକାର ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶରେ ଥିଲେ, କାମ ଦ୍ରୁତ ଗତିରେ ଚାଲିଥିଲା। କିନ୍ତୁ ଅନ୍ୟ ଦଳ ଶାସନରେ ରହିବାରୁ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଛି।

ସ୍ବାଧୀନତା ପରେ ଦେଶର ପ୍ରଥମ ଦୁର୍ନୀତି ପ୍ରତିରକ୍ଷା କ୍ଷେତ୍ରରେ କଂଗ୍ରେସ କରିଛି। ସେହି ଦିନଠାରୁ, କଂଗ୍ରେସ ସରକାର ଚାଲିଥିବା ପର୍ଯ୍ୟନ୍ତ, ପ୍ରତିରକ୍ଷା କାରବାରରେ ଏହା ବହୁ ମଧ୍ୟସ୍ଥି ଟଙ୍କା କାରବାର କରିଛନ୍ତି। ପ୍ରତିରକ୍ଷା ଉପକରଣ ଦୃଷ୍ଟିରୁ ଦେଶ ଆତ୍ମନିର୍ଭରଶୀଳ ହେଉ ବୋଲି କଂଗ୍ରେସ କେବେ ଚାହିଁ ନଥିଲା।

କଂଗ୍ରେସ ୪୦ ବର୍ଷ ଧରି ଦେଶର ସୈନିକମାନଙ୍କୁ ଓ୍ବାନ ରାଙ୍କ ୱାନ ପେନସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କଂଗ୍ରେସ ସରକାର ଏତେ ବର୍ଷ ଧରି କେନ୍ଦ୍ରରେ ରହିଥିଲେ ମଧ୍ୟ କିଛି କରି ନ ଥିଲେ।

ଅପରପକ୍ଷରେ ଭାଜପା ଯେଉଁ ସଂକଳ୍ପ ନେଇଛି, ତାହା ପୂରଣ କରଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବାକୁ ଭାଜପା ସ୍ଥିର କରିଥିଲା।ତାହା ସତ୍ୟରେ ପରିଣତ ହେବା ହିଁ ଏହାର ପ୍ରମାଣ। ରାମ ମନ୍ଦିର ନିର୍ମାଣ ପାଇଁ ଭାଜପା ସ୍ଥିର କରିଥିଲା। ଆଜି ଅଯୋଧ୍ୟାରେ ଏପରି ଏକ ମହାନ ରାମ ମନ୍ଦିର ନିର୍ମାଣ କରାଯାଉଛି। କଂଗ୍ରେସର ଯେଉଁ ନିର୍ବାଚନୀ ଇସ୍ତାହାରରେ ନିର୍ବାଚନରେ ଜିତିଥିଲା ସେଥିମଧ୍ୟରୁ ଗୋଟିଏ ବି କାମ କରି ନ ଥିଲା। ଏବେ ଲୋକେ ଏହାର ଠିକଣା ଜବାବ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share