Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ରାଇଟ୍‌ ହ୍ୟାଣ୍ଡ, ହେଲେ ଏହି ନେତାଙ୍କ ନେତୃତ୍ୱରେ ୩୩ଟି ରାଜ୍ୟ ହରାଇଲାଣି କଂଗ୍ରେସ

ନୂଆଦିଲ୍ଲୀ,୧୦।୧୧: ହରିୟାଣାରେ ନିର୍ବାଚନୀ ଦଙ୍ଗଲ ପରେ କଂଗ୍ରେସ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ଦିଲ୍ଲୀରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ପରାଜୟର ଦାଗୀ ନେତାମାନଙ୍କୁ ଖୋଜା ଚାଲିଛି। ଏସବୁ ମଧ୍ୟରେ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଶୀର୍ଷରେ ଅଛନ୍ତି। କେସି ଭେନୁଗୋପାଳ ସଂଗଠନର ସାଧାରଣ ସମ୍ପାଦକ ହେବା ପରେ ହରିୟାଣା ହେଉଛି ୩୩ତମ ରାଜ୍ୟ ଯେଉଁଠାରେ କଂଗ୍ରେସ ନିର୍ବାଚନରେ ହାରିଛି।

କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା ହରିୟାଣା ପରାଜୟ ପରେ କିଛି ବରିଷ୍ଠ ନେତାଙ୍କ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି । ସେଥିରେ କେସି ଭେନୁଗୋପାଳଙ୍କ ଠାରୁ ଆରମ୍ଭ କରି ଯେଉଁମାନେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଦାୟୀ କରାଯାଉଛି। ଜାନୁୟାରୀ ୨୦୧୯ରେ ଅଶୋକ ଗେହେଲଟଙ୍କ ସ୍ଥାନରେ କେସି ଭେନୁଗୋପାଳଙ୍କୁ ସଂଗଠନର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା। ସେହି ଦିନଠାରୁ ଭେନୁଗୋପାଳ ଏହି ପଦବୀରେ ରହିଆସିଛନ୍ତି। କେବଳ ଏତିକି ନୁହେଁ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ୨୦୨୨ରେ ସମାନ ପଦବୀ ଦାବି କରିଥିଲେ, ଯାହା କଂଗ୍ରେସ ଦେବାକୁ ମନା କରିଦେଇଥିଲା।

ଭେନୁଗୋପାଳ ସଂଗଠନର ସାଧାରଣ ସମ୍ପାଦକ ଥିବାବେଳେ ୨ଟି ଲୋକ ସଭା ନିର୍ବାଚନ ଏବଂ ୩୪ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିମଧ୍ୟରୁ କଂଗ୍ରେସ କେବଳ ୩ ନିର୍ବାଚନରେ (କର୍ନାଟକ, ତେଲଙ୍ଗାନା ଏବଂ ହିମାଚଳପ୍ରଦେଶ) ରେ ବିଜୟୀ ହେବାରେ ସକ୍ଷମ ହୋଇଥିଲେ। କୌତୁହଳର ବିଷୟ, ଭେନୁଗୋପାଳଙ୍କ ନିଜସ୍ବ ରାଜ୍ୟ କେରଳରେ ମଧ୍ୟ ୨୦୨୧ରେ କଂଗ୍ରେସ ହାରିଥିଲା। ୨୦୧୯ ଲୋକ ସଭା ନିର୍ବାଚନରେ କଂଗ୍ରେସ ଭେନୁଗୋପାଳଙ୍କ ପାରମ୍ପାରିକ ଆସନ ହରାଇଛି। ଅବଶ୍ୟ, ୨୦୨୪ରେ ଭେନୁଗୋପାଳ ନିଜେ ଏହି ଆସନ ଜିତି ସଦନ ପହଞ୍ଚିଛନ୍ତି। ଭେନୁଗୋପାଳଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଭଳି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହୋଇପାରି ନାହିଁ। କେବଳ ଏତିକି ନୁହେଁ, ଓଡିଶା, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଦଳ ସମ୍ପୂର୍ଣ୍ଣ ପରିଷ୍କାର ହୋଇଛି।

ଗୁଜୁରାଟ, ବିହାର ଏବଂ ଆସାମ ଭଳି ରାଜ୍ୟରେ ଦଳ ପୂର୍ବ ଅପେକ୍ଷା ଦୁର୍ବଳ ହୋଇପଡିଛି। ୨୦୨୪ ଲୋକ ସଭା ନିର୍ବାଚନରେ ନିଶ୍ଚିତ ଭାବରେ କଂଗ୍ରେସ ଆସନରେ ବୃଦ୍ଧି ଘଟିଛି, କିନ୍ତୁ ଏହା ୨୦୦୯ ଓ ୨୦୦୪ ତୁଳନାରେ ଏହି ସଂଖ୍ୟା ବହୁତ କମ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ: ଆସିଲା ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପ

ନୂଆଦିଲ୍ଲୀ,୧୬ା୧୦: ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଭିଆଇପିଙ୍କ ସୁରକ୍ଷାରୁ ହଟିବେ NSG କମାଣ୍ଡୋ

ନୂଆଦିଲ୍ଲୀ,୧୬।୧୦: ଦେଶର ଭିଆଇପି ବ୍ୟକ୍ତିତ୍ୱଙ୍କ ସୁରକ୍ଷା ପାଇଁ ନିୟୋଜିତ NSG କମାଣ୍ଡୋଙ୍କ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ...

୪୮ ଘଣ୍ଟାରେ ୧୨ ବିମାନକୁ ଆସିଲାଣି ବୋମା ଧମକ, କଲ୍‌ କରି…

ନୂଆଦିଲ୍ଲୀ,୧୬ା୧୦: ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍‌ ବାରମ୍ବାର ଆସୁଛି। ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍‌ ପରେ ଛନକା...

ଦୀପାବଳି ପୂର୍ବରୁ କୃଷକଙ୍କୁ ସରକାରଙ୍କ ଭେଟି: ଗହମ ସମେତ ଏସବୁ ଫସଲ ଉପରେ ଏମଏସପି ବଢାଇଲେ

ନୂଆଦିଲ୍ଲୀ,୧୬ା୧୦: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ନିଷ୍ପତ୍ତିରେ ମୋହର ମାରିଛନ୍ତି ସରକାର। ଗୋଟିଏ ପଟେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ...

ଦିଲ୍ଲୀ ଭଳି ଜମ୍ମୁ କଶ୍ମୀରରେ ଉପୁଜିବ କି ମତଭେଦ? ସରକାରଙ୍କ ସହ ତାଳମେଳକୁ ନେଇ ଏମିତି କହିଲେ ଏଲ୍‌ଜି ମନୋଜ ସିହ୍ନା

ଶ୍ରୀନଗର,୧୬।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମିତିରେ ରାଜ୍ୟରେ କ’ଣ ଦିଲ୍ଲୀ ଭଳି...

କିଏ ସେ ସୁରିନ୍ଦର ଚୌଧୁରୀ? ଯାହାକୁ ଉପମୁଖ୍ୟମନ୍ତ୍ରୀ କଲା ଉମର ସରକାର.. ଭାଜପାର ତୁଙ୍ଗ ନେତାଙ୍କୁ କରିଥିଲେ ପରାଜିତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ବୁଧବାର ନ୍ୟାଶନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ନୌସେରାରୁ ବିଧାୟକ...

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri