Categories: ଜାତୀୟ

‘ନିର୍ବାଚନରେ ଖର୍ଚ୍ଚ କରିବାକୁ କଂଗ୍ରେସ ପାଖରେ ଟଙ୍କାଟିଏ ବି ନାହିଁ’

ନୂଆଦିଲ୍ଲୀ,୧୪।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ଦିନ କେଇଟା ପରେ ତାରିଖ ଘୋଷଣା ହେବା ବାକି ରହିଲା। ଏନେଇ ଅଣ୍ଟା ଭିଡିଲେଣି ଦେଶର ଦୁଇ ପ୍ରମୁଖ ଦଳ। ହେଲେ ଏହାରି ଭିତରେ ଦାଉ ସାଧିଛି ନିର୍ବାଚନୀ ବଣ୍ଡ ମାମଲା। ସୁପ୍ରିମକୋର୍ଟଙ୍କର କଡା ନିର୍ଦ୍ଦେଶ ପରେ ନିର୍ବାଚନୀ ବଣ୍ଡ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦାଖଲ କରିଛି ଏସବିଆଇ ବ୍ୟାଙ୍କ। ତେବେ ଆସନ୍ତାକାଲି ସୁଦ୍ଧା ଏସମ୍ପର୍କରେ ସୂଚନା ଲୋକଲୋଚନକୁ ଆସିଯିବ।

ଅନ୍ୟପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦଳକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ପାଖରେ ଅର୍ଥାଭାବ ଦେଖାଯାଇଛି। ନିର୍ବାଚନରେ ଖର୍ଚ୍ଚ କରିବାକୁ ଟଙ୍କାଟିଏ ବି ନାହିଁ। ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଲୋକମାନେ ଦଳକୁ ଦାନ କରିଛନ୍ତି ତାହା କେନ୍ଦ୍ର ସରକାର ଫ୍ରିଜ କରିଛନ୍ତି ଏଥିସହ ଆୟକର ବିଭାଗ ଦଳ ଉପରେ ବଡ ଜରିମାନା ଲଗାଇଛି।

Share