Categories: ଜାତୀୟ

କଙ୍ଗନାଙ୍କୁ ହରାଇବା ପାଇଁ କଂଗ୍ରେସ ପାଣି ଭଳି ଖର୍ଚ୍ଚ କରିଛି ଟଙ୍କା, ରାହୁଲଙ୍କ ଅପେକ୍ଷା ଏତେ ଅଧିକ…

ନୂଆଦିଲ୍ଲୀ,୫।୯: ମଣ୍ଡି ଆସନରୁ କଙ୍ଗନା ରଣାୱତଙ୍କୁ ପରାସ୍ତ କରିବାରେ କଂଗ୍ରେସ ନିଜ ନେତା ରାହୁଲ ଗାନ୍ଧୀଙ୍କୁ ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନ କମିଶନରଙ୍କ ନିକଟରେ ଉପସ୍ଥାପିତ ସୂଚନା ଅନୁଯାୟୀ ୱାୟାନାଡ ଏବଂ ରାଏବରେଲିରେ ରାହୁଲଙ୍କ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ କଙ୍ଗନାଙ୍କୁ ପରାଜିତ କରିବା ପାଇଁ କଂଗ୍ରେସ ନିଜ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କ ପକ୍ଷରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛିି। ଏସବୁ ପରେ ବି କଂଗ୍ରେସର ଏହି ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି କାରଣ କଙ୍ଗନା ଏକ ବଡ଼ ବ୍ୟବଧାନରେ ମଣ୍ଡିରୁ ବିଜୟ ହାସଲ କରିଛନ୍ତି।

ଇସିଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ସମାଜବାଦୀ ପାର୍ଟି ମେନପୁରୀରେ ଡିମ୍ପଲ ଯାଦବଙ୍କ ପାଇଁ ସର୍ବାଧିକ ୭୨.୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛିି। ଯେତେବେଳେ କି କନ୍ନୁଜରୁ ଦଳର ସୁପ୍ରିମୋ ଅଖିଳେଶ ଯାଦବଙ୍କ ପାଇଁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Share