ଭାଜପା ଠାରୁ ଅଧିକ ଖର୍ଚ୍ଚ କରିଛି କଂଗ୍ରେସ, ଆସନ ପିଛା ୧୨କୋଟି!

ନୂଆଦିଲ୍ଲୀ,୨୦।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳ ଅଣ୍ଟା କସିଲେଣି। ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ପାଖାପାଖି ସାଢେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ସବୁ ବଦଳି ଯାଇଛି । ଏବେ ସାଧାରଣ ନିର୍ବାଚନରେ ହଜାରେ-ହଜାରେ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ତ କେବଳ ନିର୍ବାଚନ ଆୟୋଗଙ୍କ ଖର୍ଚ୍ଚ। ହେଲେ ରାଜନୈତିକ ପାର୍ଟି ଓ ପ୍ରାର୍ଥୀଙ୍କର ଖର୍ଚ୍ଚ ବିଚାରକୁ ନେଲେ ଯାହାକୁ ଶୁଣି ଆପଣଙ୍କ ଆଖି ଲାଖିଯିବ। ନିର୍ବାଚନ ଜିତିବା ପାଇଁ ଦଳ ଓ ପ୍ରାର୍ଥୀ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥା’ନ୍ତି। ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କର ଖର୍ଚ୍ଚ ସୀମା ଧାଯର୍‌ୟ କରିଛନ୍ତି ହେଲେ ପାର୍ଟି ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନ ଥାନ୍ତି। ଜଣାପଡିଛି କି, ଚଳିତ ଭାରତର ନିର୍ବାଚନ ବିଶ୍ୱର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଗଣିତ ହେବ। ବିଗତ ସାଧାରଣ ନିର୍ବାଚନରେ ଯେତିକି ଖର୍ଚ୍ଚ ହୋଇଛି। ତାହା କିଛି ଦେଶର ଜିଡିପ ସହ ସମାନ।

ସେଣ୍ଟର ଫର ମିଡିଆ ଷ୍ଟଡିଜ ଅନୁସାରେ, ଚଳିତ ନିର୍ବାଚନରେ ୧.୨୦ ଲକ୍ଷ କୋଟି ଖର୍ଚ୍ଚ ହୋଇପାରେ। ଯଦି ଏପରି ହେଉଛି ତେବେ ଏହି ନିର୍ବାଚନ ଦୁନିଆର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଚିତ ହେବ। ସୂଚନାଥାଉ କି, ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନୀ ଖର୍ଚ୍ଚ ପ୍ରତିଥର ଦୁଇଗୁଣ ଅଧିକ ବୃଦ୍ଧି ପାଉଛି। ୨୦୧୯ରେ ନିର୍ବାଚନୀ ଖଚ୍ଚ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪ରେ ୩୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଯଦି ଲୋକ ସଭା ନିର୍ବାଚନ ହେଉଛି ତେବେ ଏହାର ସବୁ ଖର୍ଚ୍ଚ କେନ୍ଦ୍ର ସରକାର ଉଠାଇଥାନ୍ତି। ଆଉ ବିଧାନ ସଭାର ସବୁ ଖର୍ଚ୍ଚ ରାଜ୍ୟ ସରକାର ଉଠାଇଥାନ୍ତି। ଆଉ ଯଦି ବିଧାନ ସଭା ଓ ଲୋକ ସଭା ଏକାଠି ହୁଏ ତେବେ କେନ୍ଦ୍ର ଓ ରାଜ୍ୟ ଭାଗବଣ୍ଟା କରି ଖର୍ଚ୍ଚ କରିଥାନ୍ତି।

ଆସୋସିଏଶନ ଡେମୋକ୍ରାଟିକ ରିଫର୍ମର ରିପୋର୍ଟ ଅନୁସାରେ, ୨୦୧୪ରେ ସବୁ ରାଜନୈତିକ ପାର୍ଟି ୬୪୦୫ କୋଟି ଟଙ୍କାର ଚାନ୍ଦା ପାଇଥିଲେ। ସେଥିରୁ ୨୫୯୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ୨୦୧୯ରେ ଭାଜପା ୧୧୪୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୬୨୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେହିପର୍ଷ ଭାଜପା ୩୦୩ ସିଟ୍‌ ଜିତିଥିଲା। ଏହାକୁ ବିଚାରକୁ ନେଲେ ଭାଜପା ଗୋଟିଏ ଆସନ ପାଇଁ ପ୍ରାୟ ୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। କଂଗ୍ରେସ ୫୨ ସିଟ୍‌ ଜିତିଥିଲା ଅର୍ଥାତ୍‌ ଗୋଟିଏ ସିଟ୍‌ ପିଛା ପ୍ରାୟ ୧୨କୋଟି ଟଙ୍କା ଖର୍ଚ୍ଚ କରିଥିଲା।

ତେବେ ନିର୍ବାଚନ କମିଶନରଙ୍କ ବାଦ୍‌ ରାଜନୈତିକ ପାର୍ଟି ଓ ପ୍ରାର୍ଥୀ ଅଲଗା ଅଲଗା ଖର୍ଚ୍ଚ କରିଥାନ୍ତି। ଇସି ପ୍ରାର୍ଥୀଙ୍କ ପାଇଁ ୯୫ଲକ୍ଷ ଟଙ୍କାର ସୀମା ଧାର୍ଯ୍ୟ ରଖିଛନ୍ତି। କିନ୍ତୁ ରାଜନୈତିକ ପାର୍ଟି ପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। ରାଜନୈତିକ ପାର୍ଟି ସବୁଠାରୁ ଅଧିକ ଖର୍ଚ୍ଚ ଏହି ୩ଟି ଜିନିଷରେ କରନ୍ତି। ପବ୍ଲିସିଟି, ପ୍ରାର୍ଥୀ ଓ ଟ୍ରାଭେଲିଂ। ପ୍ରଚାର ସମୟରେ ଯାତାୟତ ପାଇଁ ବିଭିନ୍ନ ଗାଡି ବ୍ୟବହୃତ ହୋଇଥାଏ। ୨୦୧୯ରେ ଭାଜପା ଟ୍ରାଭେଲିଂରେ ୨୫୦କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି ପ୍ରଚାରପ୍ରସାର ପାଇଁ ଭାଜପା ୬୫୦ କୋଟି ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୪୭୬କୋଟି ଟଙ୍କା ଖର୍ଚ୍ଚ କରିଛି।

Share