ବିଜେଡି-ଭାଜପା ଅସନ୍ତୁଷ୍ଟଙ୍କୁ ଅନେଇଛି କଂଗ୍ରେସ

ବାଲେଶ୍ୱର, ୧୦।୪(ମାନସ ବିଶ୍ୱାଳ):କଂଗ୍ରେସ ଏପର୍ଯ୍ୟନ୍ତ ବାଲେଶ୍ୱର ଲୋକସଭା ଏବଂ ଜିଲାର କୌଣସି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହଁି। ଭାଜପା ଇତିମଧ୍ୟରେ ଜଳେଶ୍ୱର, ରେମୁଣା, ବାଲେଶ୍ୱର, ସୋର ଓ ସିମୁଳିଆ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଏବଂ ଲୋକସଭା ପାଇଁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନାମ ଘୋଷଣା କରିଛି। ସେହିପରି ବିଜେଡି ଜଳେଶ୍ୱର, ବସ୍ତା, ବାଲେଶ୍ୱର, ସୋର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଅବଶ୍ୟ ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ପଛରେ ପଡ଼ିଯାଇଛି। ଶୁଣିବାକୁ ମିଳୁଛି, ହାତ ଦଳ ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ କରିପାରେ। ଯଦି ସେ ପ୍ରାର୍ଥୀ ହୁଅନ୍ତି ତେବେ ଦଳରେ ଥିବା ତାଙ୍କର ଅନୁଗତ ବରିଷ୍ଠ ଓ ଛାମୁଆ ନେତାମାନେ ବିିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ନେଇ ଆଶା ବାନ୍ଧିଲେଣି। ଅନ୍ୟପକ୍ଷରେ ଗତ ୨୦୧୯ରେ ଲୋକସଭା କ୍ଷେତ୍ରରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଲବିରେ ଅଛନ୍ତି। ତେବେ ଜିଲାର ବାଲେଶ୍ୱର ବିଧାନସଭା ଆସନଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଠାରୁ ପ୍ରାର୍ଥୀ ହେବା ପାଇଁ କଂଗ୍ରେସର ଏକାଧିକ ବ୍ୟକ୍ତି ଆବେଦନ କରିଛନ୍ତି। ଅପରପକ୍ଷେ ବିଜେଡି ଓ ଭାଜପା ଜିଲାର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଶୁଣିବାକୁ ମିଳଛି। ଫଳରେ ଉଭୟ ଦଳରୁ ଅସନ୍ତୁଷ୍ଟଙ୍କୁ ନିଜ ଦଳରେ ସାମିଲ କରି ଜିଲାରେ ଭଲ ଫଳାଫଳ କରିବା ପାଇଁ କଂଗ୍ରେସ ଅନାଇ ବସିଛି।
ବିଧାନସଭା ଆସନରୁ ଚଳିତ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଏବଂ ଭାଜପା ପ୍ରାର୍ଥୀ ମାନସ ଦତ୍ତଙ୍କ ନାମ ଘୋଷଣା ପରେ ସେମାନେ କର୍ମୀମାନଙ୍କୁ ନେଇ ସମ୍ମିଳନୀ ଏବଂ ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଲେଣି। ମାତ୍ର କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିଲେ ବି ଆଶାୟୀମାନେ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ଗୋଟିଏପଟେ କଂଗ୍ରେସର ପୁରୁଖା ନେତା ତଥା କାଉନସିଲର ପଦ୍ମଲୋଚନ ଲେଙ୍କାଙ୍କ ପୁଅ ସରୋଜ ଲେଙ୍କା ଆଶାୟୀ ପ୍ରାର୍ଥୀ ଅଛନ୍ତି। ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ସହଯୋଗ ତାଙ୍କ ପ୍ରତି ରହିଥିବା ଚର୍ଚ୍ଚା ଚାଲିଛି। ଏଥିସହ ସରୋଜ ମଧ୍ୟ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ ବିଭିନ୍ନ ସମୟରେ ବିଧାୟକଙ୍କୁ ଟାର୍ଗେଟ କରି ଜନସମାବେଶଠାରୁ ଆରମ୍ଭ କରି ଘର ଘର ବୁଲି ପ୍ରଚାର କରୁଥିବା ବିକ୍ରମ ପଣ୍ଡାଙ୍କ ନାମ ମଧ୍ୟ କଂଗ୍ରେସ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛି। ସେ ନିଜର ପ୍ରଚାର ପ୍ରସାର କାର୍ଯ୍ୟ ଚଳାଇଥିଲେ ବି କଂଗ୍ରେସରୁ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ଅନ୍ୟପଟେ ସରୋଜ କଂଗ୍ରେସରେ ରହି ଦଳର ନିର୍ଦ୍ଦେଶ ଅନୁସାରେ କାମ କରିଚାଲିଛନ୍ତି। କୁହାଯାଉଛି, ଯଦି ଶ୍ରୀକାନ୍ତ ଜେନା ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ନ୍ତି, ତେବେ ବିକ୍ରମଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ। ଏହାରି ଭିତରେ ଦଳର ନିଷ୍ପତ୍ତି ଅଟକିଥିବା ବେଳେ ଆଗାମୀ ଦିନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri