Posted inଜାତୀୟ

ଟେକ୍‌ ସିଟିକୁ ଟ୍ୟାଙ୍କର ସିଟି କରିଦେଇଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ୂଆଦିଲ୍ଲୀ,୨୧।୪:କିଛି ସପ୍ତାହ ତଳେ ଜଳ ସଙ୍କଟକୁ ନେଇ ବେଙ୍ଗାଲୁରୁ ଚର୍ଚ୍ଚାରେ ରହିଥିଲା। ସହରବାସୀ ବାଲତି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡି କରି ଛିଡା ହୋଇଥିଲେ। ଆଉ ଏହାକୁ ନେଇ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଟେକ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପାଲଟା ଆକ୍ରମଣ କରି କହିଛନ୍ତି ଯେ, ଯେତେବେଳେ ରାଜ୍ୟ ବନ୍ୟା ଓ ମରୁଡି ସଙ୍କଟ ଦେଇ ଗତି କରୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କେଉଁଠି ଥିଲେ।

ବେଙ୍ଗାଲୁରୁରେ ଥିବା ୪ଟି ଲୋକ ସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ତା’ ପୂର୍ବରୁ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ରାଜ୍ୟକୁ ଗ୍ରୀନ ଏନର୍ଜି ହବ୍‌, ଫାର୍ମା ହବ୍‌, ଇଲେକ୍ଟ୍ରୋନିକ୍ସ ହବ୍‌, ଇଲେକ୍ଟ୍ରିକାଲ ଭେଇକଲ ହବ୍‌, ସେମିକଣ୍ଡକ୍ଟର ହବ ଓ ଗ୍ଲୋବାଲ ଇନୋଭେସନ ହବ କରିବାକୁ ଚାହୁଁଛନ୍ତି। ଫଳରେ ଭାରତ ଗ୍ଲୋବାଲ ଇକୋନୋମୀ ହବ୍‌ରେ ପରିଣତ ହୋଇପାରିବ। କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତାମାନେ କହୁଛନ୍ତି ଯେ ସେମାନେ ମୋଦିଙ୍କୁ ହଟାଇ ଦେବେ।

ସେ ଆହୁରି କହିଛନ୍ତି, କଂଗ୍ରେସ ଟେକ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି। କୃଷି ଠାରୁ ଆରମ୍ଭ କରି ସହରାଞ୍ଚଳର ଭିତ୍ତିଭୂମି ସବୁ କ୍ଷେତ୍ରରେ ବଜେଟ ହ୍ରାସ କରି ଦେଇଛି କଂଗ୍ରେସ। କଂଗ୍ରେସ କେବଳ ଦୁର୍ନୀତି ଉପରେ ଧ୍ୟାନ କେନ୍ଦ୍ରିତ କରେ। ବେଙ୍ଗାଲୁରୁର ସମସ୍ୟା ଉପରେ କଂଗ୍ରେସର ଆଦୌ ଧ୍ୟାନ ନାହିଁ। ଏଠାରେ କେବଳ କେନ୍ଦ୍ର ସରକାରଙ୍କ ପ୍ରକଳ୍ପଗୁ ଡିକ ଦ୍ରୁତ ଗତିରେ ଆଗେଇ ଚାଲିଛି। କର୍ନାଟକର କଂଗ୍ରେସ ସରକାରଙ୍କ ଚିନ୍ତାଧାରା ଭାରି ବିପଜ୍ଜନକ । ଏଠାରେ ଆମ ଝିଅମାନଙ୍କ ଉପରକୁ ଆକ୍ରମଣ ହେଉଛି, ବଜାରରେ ବୋମା ପକାଯାଉଛି। କଂଗ୍ରେସ ପ୍ରତି ସମସ୍ତେ ସତର୍କ ରୁହନ୍ତୁ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri