ନୂଆଦିଲ୍ଲୀ,୨୩ା୭: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନଓ୍ବାଲା ରବିବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଏକ ଟୁଇଟ କରି କହିଛନ୍ତି, ମାଲଦା ଷ୍ଟ୍ରିପିଂ ଘଟଣାକୁ ନେଇ ଅଧୀର ରଞ୍ଜନ ଚୌଧୁରୀ ଟିଏମ୍ସି ଉପରେ ଆକ୍ରମଣ କରିଛନ୍ତି। ପ୍ରତାପ ସିଂ ବାଜଓ୍ବା ପଞ୍ଜାବରେ ଏଏପି ଉପରେ ଆକ୍ରମଣ କରିଛନ୍ତି। କେବଳ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ ନିଜ ଦଳ ନେତାଙ୍କୁ ଅଣଦେଖା କରୁଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ କିମ୍ବା ବଙ୍ଗଳାର ମହିଳା ଅତ୍ୟାଚାର ପାଇଁ ମମତା ଦିଦିଙ୍କୁ ଡାକିବା ସାହସ ମଧ୍ୟ କରିପାରି ନାହିଁ। ରାହୁଲ ଗାନ୍ଧୀଙ୍କ ସ୍କ୍ରିପ୍ଟ ବିରୋଧରେ ଯାଇ ଅଧୀର ଜୀ ଚାକିରି ହରାଇ ପାରନ୍ତି।