Advertisement

ଭେଣ୍ଟିଲେଟରରେ ଥିବା କଂଗ୍ରେସର ଅହଙ୍କାର ଏକ୍ସିଲେଟରରେ:ନକ୍‌ଭୀଙ୍କ କଟାକ୍ଷ

ନୂଆଦିଲ୍ଲୀ, ୨୬।୧୦: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅହଙ୍କାରରେ ବୁଡ଼ି ରହିଥିବା ନେଇ କହିଥିଲେ। ଏହାର ଉତ୍ତରରେ ଭାଜପା ପକ୍ଷରୁ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁକ୍ତାର ଅବାସ ନକ୍‌ଭୀ କଂଗ୍ରେସକୁ କଟାକ୍ଷ କରିଛନ୍ତି। ନକ୍‌ଭୀ କହିଛନ୍ତି ଭାଜପା ପାଖରେ ଅହଙ୍କାର ନାହିଁ। ମାତ୍ର ଏବେ କଂଗ୍ରେସ ଭେଣ୍ଟିଲେଟରରେ ରହିଛି। ଏହାର ସାଂଗଠନିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ତେବେ ବି କଂଗ୍ରେସର ଅହଙ୍କାର ଭାଙ୍ଗି ନାହିଁ। କଂଗ୍ରେସର ଅହଙ୍କାର ଏକ୍ସିଲେଟରରେ ରହିଛି। ନକ୍‌ଭୀଙ୍କ କଟାକ୍ଷ ନେଇ ଏବେ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share