Categories: ଜାତୀୟ

ରାଜସ୍ଥାନ-ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୧।୬: ରାଜସ୍ଥାନ ଓ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଜୁନ ୨୪ରେ ଏକ ବଡ଼ ବୈଠକ ଡ଼କାଇଛନ୍ତି। ଏହି ବୈଠକରେ ଦଳର ସମସ୍ତ ମହାସଚିବ, ରାଜ୍ୟ ପ୍ରଭାରୀ ଓ ରାଜ୍ୟର ସଭାପତି ଆଦି ଭିଡ଼ିଓ କନ୍‌ଫରେନ୍ସିଂରେ ସାମିଲ ହେବେ। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ମହଙ୍ଗା ଦର ଉପରେ ଚର୍ଚ୍ଚା ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ଦଳକୁ ମଜଭୂତ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଅନ୍ୟପଟେ ଦେଶରେ ମହଙ୍ଗା ଦରକୁ ନେଇ କେନ୍ଦ୍ରକୁ ଘେରିବା ପାଇଁ କଂଗ୍ରେସ ଏହି ବୈଠକରେ ଏକ ବ୍ଲୁ ଫ୍ରିଣ୍ଟ ପସ୍ତୁତ କରିବ। ଦେଶରେ ବଢ଼ୁଥିବା ଡିଜେଲ ଓ ପେଟ୍ରୋଲର ଦାମ୍‌ ଓ ମହଙ୍ଗା ଦର ବିରୋଧରେ ଆନ୍ଦୋଳନ କରିବାକୁ କଂଗ୍ରେସ ନେତା ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି।

Share