Categories: ଜାତୀୟ

ବିରୋଧି ଦଳ ବୈଠକ ନେଇ ଏଏପିକୁ ନିମନ୍ତ୍ରଣ ପଠାଇଲା କଂଗ୍ରେସ; ଏଏପି କହିଲା, ଅଧ୍ୟାଦେଶ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରୁ

ନୂଆଦିଲ୍ଲୀ,୭।୭: ଆଗାମୀ ବିଧାନସଭା ନିର୍ବାଚନରେ ଭାଜପାକୁ ଚିତପଟାଙ୍ଗ କରିବା ନେଇ ଏକଜୁଟ ହୋଇଛନ୍ତି ବିରୋଧୀ। ବିରୋଧୀ ଏକଜୁଟ ବୈଠକ ପୂର୍ବରୁ ବିହାରର ପାଟନାରେ ହୋଇଥିବାବେଳେ ଆଗାମୀ ବୈଠକ ବେଙ୍ଗାଲୁରୁର କର୍ନାଟକରେ ହେବାକୁ ଯାଉଛି। ଏନେଇ କଂଗ୍ରେସ ଅରବିନ୍ଦ କେଜରିଓ୍ବାଲଙ୍କୁ ବୈଠକ ପାଇଁ ନିମନ୍ତ୍ରଣ ପଠାଇଛି।

ନିମନ୍ତ୍ରଣ କ୍ରମେ ଏଏପି(ଆପ୍‌) ସାଂସଦ ରାଘବ ଚଡ୍ଡା କହିଛନ୍ତି, କଂଗ୍ରେସ ଦିଲ୍ଲୀର ଅସାମ୍ବିଧାନିକ ନିୟମ ଉପରେ କଂଗ୍ରେସ ଏପର୍ଯ୍ୟନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ଯଦି କଂଗ୍ରେସ ଏହି ନିୟମ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ, ତେବେ ଆମ ଦଳ ବିରୋଧୀ ଦଳର ବୈଠକରେ ଯୋଗଦେବାକୁ ବିଚାର କରିବ।

Share