Categories: ଜାତୀୟ

କଂଗ୍ରେସ ଏକ ‘କନଫ୍ୟୁଜ୍‌ ପାର୍ଟି’: ଶାହା

ଥିରୁଭାନନ୍ତପୁରମ୍‌,୨୪।୩: କେରଳର ତ୍ରିପୁନିଥୁରାରେ ବୁଧବାର ଏକ ରୋଡ ଶୋ’ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ଏକ ‘କନ୍‌ଫ୍ୟୁଜ୍‌ ପାର୍ଟି’। ଏଠାରେ କଂଗ୍ରେସ କମ୍ୟୁନିଷ୍ଟଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟଙ୍କ ସହ ନିର୍ବାଚନ ଲଢୁଛି।
ତେଣୁ କଂଗ୍ରେସର ନେତୃତ୍ୱ ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଦଳ ମଧ୍ୟ ଦ୍ୱନ୍ଦ୍ୱରେ ଅଛି ବୋଲି ଶାହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେରଳର ଜନତା ଏଲ୍‌ଡିଏଫ୍‌ ଏବଂ ୟୁଡିଏଫ୍‌ ଉପରେ ଅସନ୍ତୋଷ ପ୍ରକାଶ କରି ଭାଜପାକୁ ଏକ ବିକଳ୍ପ ଭାବରେ ଦେଖୁଛନ୍ତି ଏବଂ ମୁଁ ନିଶ୍ଚିତ ଭାବେ କହିପାରେ ଯେ, ଏଥର କେରଳ ନିର୍ବାଚନରେ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୬ରେ କେରଳର ୧୪୦ଟି ଆସନରେ ଭୋଟ ଗ୍ରହଣ କରାଯିବ।

Share