Categories: ଜାତୀୟ

କଂଗ୍ରେସ ଏକ ଦୁର୍ବଳ ବିରୋଧୀ ଦଳ: ସିବଲ୍‌

ନୂଆଦିଲ୍ଲୀ,୨୨।୧୧: ବିହାର ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳରେ ଫାଟ ବଢ଼ିବାରେ ଲାଗିଛି। ଲଗାତାର କଂଗ୍ରେସର ବରିଷ୍ଠ ସଦସ୍ୟ କପିଲ ସିବଲ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ନେତୃତ୍ୱ ଦୁର୍ବଳ ହେଉଥିବାରୁ ଦଳ ସାଂଗଠନିକସ୍ତରରେ ସୁଦୃଢ଼ ହୋଇପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଦେଶରେ କଂଗ୍ରେସ ଧୀରେଧୀରେ ବଳିଷ୍ଠ ବିରୋଧୀ ଦଳର ମାନ୍ୟତା ହରାଇବାରେ ଲାଗିଛି। କଂଗ୍ରେସ ଭଳି ଦୁର୍ବଳ ବିରୋଧୀ ଦଳ ଯୋଗୁ ଶାସକ ଦଳ ଉପରେ କୌଣସି ପ୍ରଭାବ ପଡୁ ନ ଥିବା ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ପୂର୍ବରୁ ସିବଲ ଦଳର ନେତୃତ୍ୱ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଅଧିର ରଞ୍ଜନ ଚୌଧୁରୀ ଏଭଳି ବିବାଦୀୟ ମନ୍ତବ୍ୟ ଦେଉଥିବା ସଦସ୍ୟଙ୍କୁ ଦଳର ଛାଡ଼ିବାକୁ ପରାମର୍ଶ ଦେଇଥିଲେ। ଅଧିତ୍ର ରଞ୍ଜନଙ୍କ ତାଗିଦ୍‌ ପରେ ମଧ୍ୟ ଦଳର ସଦସ୍ୟଙ୍କ ଉପରେ କୌଣସି ପ୍ରଭାବ ଅନୁଭୁତ ହେଉ ନ ଥିବା ଚର୍ଚ୍ଚା ହେଉଛି।

Share