ନୂଆଦିଲ୍ଲୀ,୨୮।୧୨: ଦେଶର ହିତ ପାଇଁ କଂଗ୍ରେସ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଏନେଇ ଦଳ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ସଜାଗ ରହିଛି ବୋଲି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ସୋମବାର ରାହୁଲ ଗାନ୍ଧୀ କହିଛନ୍ତି। ଟୁଇଟ୍ କରି ରାହୁଲ କହିଛନ୍ତି ଯେ, ସତ୍ୟ ଏବଂ ସମାନତା ପାଇଁ କାର୍ଯ୍ୟ କରିବାକୁ ଦଳ ଦୃଢ଼ ସଂକଳ୍ପବଦ୍ଧ। ସୂଚନାଯୋଗ୍ୟ, ୧୮୮୫ରେ ଦାଦାଭାଇ ନାରୋଜୀ, ଏ.ଓ. ହ୍ୟୁମ୍ ଏବଂ ଦିନଶା ବାଚାଙ୍କ ପ୍ରୟାସରେ କଂଗ୍ରେସ ଦଳର ପ୍ରତିଷ୍ଠା କରାଯାଇଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ କଂଗ୍ରେସ ବୃହତ ରାଜନୈତିକ ଦଳ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ୨୦୧୪ଠାରୁ ଦଳ ଲୋକ ସଭା ନିର୍ବାଚନରେ ଆଶାଜନକ ପ୍ରଦର୍ଶନ ନ କରି କ୍ଷମତାଠାରୁ ଦୂରେଇ ରହିଛି।