କୋରାପୁଟ ବିଧାନସଭାରେ କଂଗ୍ରେସ ଆଗୁଆ

କୋରାପୁଟ,୪ା୬(ଅମିତାଭ ବେହେରା): ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ଏହି କ୍ରମରେ କୋରାପୁଟ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପ ୧୦ମ ରାଉଣ୍ଡ ସୁଦ୍ଧା ୨୫,୮୮୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁରାମ ପୋଡାଲ ୨୫,୦୭୧ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି ଭାଜପାର ରଘୁରାମ ମାଛ ୨୪,୩୦୧ ଖଣ୍ଡ ଭୋଟ୍‌ ପାଇଛନ୍ତି। ତେବେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପ ୮୦୯ ଖଣ୍ଡ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ରଘୁରାମଙ୍କଠାରୁ ଆଗରେ ରହିଛନ୍ତି।

Share