Categories: ଜାତୀୟ

ଭୋଟ ବ୍ୟାଙ୍କ ପାଇଁ କେରଲା ଷ୍ଟୋରିକୁ ବିରୋଧ କରୁଛି କଂଗ୍ରେସ

ବେଲାରୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କର୍ନାଟକର ବେଲାରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଫିଲ୍ମ ଦି କେରଲା ଷ୍ଟୋରି’ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦର ଆଉ ଏକ ଭୟଙ୍କର ରୂପ ଜନ୍ମ ହୋଇଛି। ବୋମା, ବନ୍ଧୁକ ଏବଂ ପିସ୍ତଲର ଶବ୍ଦ ତ ଶୁଣାଯାଉଛି, କିନ୍ତୁ ସମାଜ ଭିତରୁ ଆତଙ୍କବାଦୀ ସୃଷ୍ଟି କରିବା ଷଡଯନ୍ତ୍ରର କୌଣସି ଶବ୍ଦ ଶୁଣାଯାଉ ନାହିଁ। ଏଭଳି ଆତଙ୍କବାଦୀ ଷଡଯନ୍ତ୍ର ଉପରେ ଆଧାରିତ ଫିଲ୍ମ ’ଦି କେରଲା ଷ୍ଟୋରି’ ଏବେ ଚର୍ଚ୍ଚାରେ ରହିଛି।
ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଆତଙ୍କବାଦର ଭୟାନକ ଏବଂ ପ୍ରକୃତ ଚେହେରା ଲୋକଲୋଚନକୁ ଅଣାଯାଇଛି।
କିନ୍ତୁ କଂଗ୍ରେସ ଆତଙ୍କବାଦ ବିରୋଧରେ ନିର୍ମିତ ଏହି ଫିଲ୍ମକୁ ବିରୋଧ କରୁଛି। ସେମାନେ ଆତଙ୍କବାଦୀଙ୍କ ପ୍ରବୃତ୍ତି ସହିତ ଛିଡା ହୋଇଛନ୍ତି। ନିଜ ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ସର୍ବଦା ଆତଙ୍କବାଦ ସାମ୍ନାରେ ନଇଁ ପଡିଛି।

Share