Categories: ଜାତୀୟ

ଏନ୍‌ଏମ୍‌ଏମ୍‌ଏଲର ନାଁ ପରିବର୍ତ୍ତନକୁ ନେଇ ଅନାବଶ୍ୟକ ପ୍ରସଙ୍ଗ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀର ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍‌ଏମ୍‌ଏମ୍‌ଏଲ)ର ନାମ ପରିବର୍ତ୍ତନ ହେବା ପରେ ରାଜନୀତି ସରଗରମ ହୋଇଛି। ଏନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। କଂଗ୍ରେସ ଅନାବଶ୍ୟକ ଭାବେ ଏହାକୁ ଏକ ପ୍ରସଙ୍ଗ କରୁଥିବା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।
ପ୍ରହ୍ଲାଦ ଯୋଶୀ କହିଛନ୍ତି, ଆମେ ଦଳଠୁ ଊର୍ଦ୍ଧ୍ୱରେ ରହି ଆମର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଉଛୁ। କଂଗ୍ରେସ ଦଳ ଅନାବଶ୍ୟକ ଭାବରେ ଏହାକୁ ଏକ ପ୍ରସଙ୍ଗ କରୁଛି। ମୁଁ ଜାଣେ ନାହିଁ ଏଥିରେ କାହିଁକି ଅସୁବିଧା ଅଛି। ଆମ ଦେଶର ପ୍ରଧାନମନ୍ତ୍ରୀମାନଙ୍କ ପକ୍ଷରୁ କରାଯାଇଥିବା ଯୋଗଦାନ ଉପରେ ଏକ ଭିଡିଓ କ୍ଲିପ ମାଧ୍ୟମରେ ଯୁବକମାନଙ୍କୁ ଏହା ବିଷୟରେ ଶିକ୍ଷା ଦିଆଯାଉଛି।
ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀର ନାମ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀରେ ପରିବର୍ତ୍ତନ କରିବା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ନେହେରୁ ଜୀ କେବଳ ତାଙ୍କ ନାଁ ନୁହେଁ, ତାଙ୍କ କାର୍ଯ୍ୟ ପାଇଁ ଜଣାଶୁଣା।

Share