ନୂଆଦିଲ୍ଲୀ,୨୫।୧୦: ଦଳରେ ବଢୁଥିବା ବିଦ୍ରେରାହୀ ନେତାଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ନେତାଙ୍କ ପ୍ରତି ସାବଧାନ ରହିବା ଲାଗି ଦଳର ସଦସ୍ୟତା ପତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ସାର୍ବଜନୀକ ମଞ୍ଚରେ ଦଳ ବିରୋଧରେ କୌଣସି ମନ୍ତବ୍ୟ ପ୍ରଦାନ ଅବା ଦଳୀୟ ନୀତି ଏବଂ କାର୍ଯ୍ୟକ୍ରମକୁ ସମାଲୋଚନା ନ କରିବାକୁ ଏଣିକି ସତ୍ୟପାଠ ଦାଖଲ କରିବାକୁ ପଡ଼ିବ।
ଦଳର ସଦସ୍ୟତା ପତ୍ରରେ ଏନେଇ କେତେକ ସଂଶୋଧନ କରାଯାଇଛି। କଂଗ୍ରେସ ପକ୍ଷରୁ ୨୦୨୨ ମାର୍ଚ୍ଚ ୩୧ଠାରୁ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। ସଦସ୍ୟତା ଗ୍ରହଣ କରିଥିବା କୌଣସି ବ୍ୟକ୍ତି ଆଇନଗତ ସୀମାଠାରୁ ଅଧିକ ସମ୍ପତ୍ତି ରଖିପାରିବେ ନାହିଁ ବୋଲି ଆବେଦନ ପତ୍ରରେ ଏକ ସର୍ତ୍ତକୁ ସାମିଲ କରାଯାଇଛି।
ଦଳରେ ଜି-୨୩ ଅସନ୍ତୁଷ୍ଟ ନେତାଙ୍କ ଦଳ ବିରୋଧୀ କାର୍ଯ୍ୟକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇ କମାଣ୍ଡ ଏଭଳି ସର୍ତ୍ତକୁ tସଦସ୍ୟତା ପତ୍ରରେ ଅନ୍ତର୍ଭୁକ୍ତ କରିଥିବା କୁହାଯାଉଛି।