Categories: ଜାତୀୟ

କଂଗ୍ରେସ ଜାରି କଲା ହ୍ବିପ, ଲୋକ ସଭାରେ ସବୁ ଏମପି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୬: ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏ ସମ୍ପର୍କରେ ବିବାଦ ଲାଗି ରହିଛି। ବୁଧବାର ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ ନିଜର ଏମପିମାନଙ୍କୁ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବାକୁ ହ୍ବିପ ଜାରି କହିଛି।

କଂଗ୍ରେସ ସଂସଦୀୟ ଦଳ ପକ୍ଷରୁ ଏମପିମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, “ଆସନ୍ତାକାଲି ଲୋକ ସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ। ଗୃହରେ ଦଳର ସମସ୍ତ ସଦସ୍ୟଙ୍କୁ ରହିବାକୁ ଅନୁରୋଧ କରାଯାଇଛି। ସକାଳ ୧୧ଟାରୁ ଗୃହ ସ୍ଥଗିତ ହେବା ଯାଏଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ବାର୍ତ୍ତାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଏହି ବାର୍ତ୍ତାକୁ କେ ସୁରେଶଙ୍କ ଦ୍ୱାରା ଜାରି କରାଯାଇଛି, ଯିଏକି ବିରୋଧୀ ଦଳର ଲୋକ ସଭା ବାଚସ୍ପତି ପ୍ରାର୍ଥୀ ଅଟନ୍ତି। ଏଥିସହ ଭାଜପା ମଧ୍ୟ ନିଜର ସମସ୍ତ ଏମପିଙ୍କୁ ହ୍ବିପ ଜାରି କରି ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି।

୧୯୫୨ ପରେ ପ୍ରଥମ ଥର ପାଇଁ ୧୮ତମ ଲୋକ ସଭାରେ ବାଚସ୍ପତି ପଦ ପାଇଁ ଜେରଦାର ଲଢେଇ ହେବାକୁ ଯାଉଛି। ଏନଡିଏର ଓମ ବିର୍ଲାଙ୍କ ସହ I.N.D.I.A ରୁ କେ ସୁରେଶଙ୍କ ସହ ଲଢେଇ ହେବ। ପ୍ରାରମ୍ଭରେ ବାଚସ୍ପତି ପଦ ପାଇଁ ଭାଜପା ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀଙ୍କ ମଧ୍ୟରେ ଏକ ସହମତି ଥିବା ପରି ମନେ ହେଉଥିଲା କିନ୍ତୁ ପରେ ଡେପୁଟି ସ୍ପିକର ପଦବୀ ତାଙ୍କୁ ଦିଆଯାଉ ବୋଲି ବିରୋଧୀ ଦାବି କରିଥିଲେ ମଧ୍ୟ ଏନଡିଏ ସର୍ତ୍ତମୂଳକ ସମର୍ଥନ ଗ୍ରହଣ କରିବାକୁ ମନା କରିଦେଇଥିଲା। ଯାହାକୁ ନେଇ ପ୍ରତମ ଥର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି।

Share