ବିଜୁଙ୍କୁ ଜେଲ୍‌ରେ ପୂରାଇଥିଲା କଂଗ୍ରେସ, ନବୀନଙ୍କୁ ପଚାରନ୍ତୁ; ଏମିତି କାହିଁକି କହିଲେ ନଡ୍ଡା

ଭୁବନେଶ୍ୱର,୧୯।୭: ପୁରୀ କାର୍ଯ୍ୟକାରିଣୀ ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର କରିଛି। ଦେଶର ୫୭% ଭୂଭାଗରେ ଭାଜପାର ସରକାର ଚାଲିଛି। ହେଲେ କଂଗ୍ରେସ ଅମରିଲତା ପରି, ପର ଭରସାରେ ବଞ୍ଚିଛି। ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ ସିଟ ଜିତିଛି। ସହଯୋଗୀଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି।

ତେବେ ସବୁଠାରୁ ବଡ଼ କଥା ହେଉଛି ଜେପି ନଡ୍ଡା ନବୀନ ପଟ୍ଟନାୟକଙ୍କୁ କୌଣସି ଟାର୍ଗେଟ କରି ନାହାନ୍ତି। ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ହୋଇଥିବାବେଳେ ଖୋଦ୍‌ ଜେପି ନଡ୍ଡା ଦଳ ବିରୋଧରେ ପଦୁଟିଏ ବି କହି ନାହାନ୍ତି। ତାଙ୍କ ଟାର୍ଗେଟରେ କେବଳ କଂଗ୍ରେସ ରହିଛି। ସେ କେବଳ ଏତିକି କହିଛନ୍ତି, ସମ୍ବିଧାନକୁ ନଷ୍ଟ କରିଥିବା କଂଗ୍ରେସ ଏବେ ରକ୍ଷକ ନୁହେଁ ଭକ୍ଷକ ସାଜିଛି। ଜରୁରୀ ପରିସ୍ଥିତିକୁ ଲଗାଇ ଅଣ ସାମ୍ବିଧାନିକ ଭାବେ ସମସ୍ତଙ୍କୁ ଜେଲ୍‌ରେ ପୂରାଇଥିଲେ। ନବୀନ ବାବୁଙ୍କୁ ପଚାରନ୍ତୁ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କୁ କଂଗ୍ରେସ ଜେଲ୍‌ରେ ପୁରାଇଥିଲେ ବୋଲି ସେ କହିଛନ୍ତି।

Share