Categories: ଜାତୀୟ

ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହେଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଯେପର୍ଯ୍ୟନ୍ତ ପ୍ରାଇଭେଲିଜ କମିଟିରେ ମାମଲା ବିଚାରାଧୀନ ଅଛି ଏବଂ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ଗୃହରୁ ନିଲମ୍ବିତ ରହିବେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ କହିଛନ୍ତି ଯେ, କଂଗ୍ରେସ ନେତାମାନେ ପ୍ରତ୍ୟେକ ଥର ଦେଶ ତଥା ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ସେହି ସମୟରେ କ୍ଷମା ପାଇଁ ଦାବି କରିଥିଲୁ, କିନ୍ତୁ ସେ କ୍ଷମା ମାଗିନଥିଲେ। ତାଙ୍କ ବିରୋଧରେ ଏକ ପ୍ରସ୍ତାବ ଅଣାଯାଇଥିଲା ଯାହା ଗ୍ରହଣ କରାଯାଇଥିଲା। ବାଚସ୍ପତି କହିଛନ୍ତି ଯେ, ଅଧୀର ରଞ୍ଜନ ଚୌଧୁରୀଙ୍କ ଆଚରଣ ଗୃହରେ ଅନୁରୂପ ରହିଥିଲା।

Share