Categories: ଜାତୀୟ

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଲୋକ ସଭାରୁ ନିଲମ୍ବନ ଆଦେଶ ରଦ୍ଦ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଲୋକ ସଭାରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ସଂସଦୀୟ କମିଟି ଏ ବାବଦରେ ସୁପାରିଶ କରିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଥିବା ଲୋକ ସଭା ସଚିବ କହିଛନ୍ତି।
ଏହାପୂର୍ବରୁ ଅଧୀର ରଂଜନ ଲୋକ ସଭାର ବିଶେଷାଧିକାର କମିଟି ନିକଟରେ ହାଜର ହୋଇଥିଲେ ଏବଂ ଗୃହରେ ତାଙ୍କ ଆଚରଣକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଏହା ପରେ କମିଟି ସର୍ବସମ୍ମତି କ୍ରମେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। କମିଟିର ରିପୋର୍ଟ ତୁରନ୍ତ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଯାଇଥିଲା।

Share