Categories: ଜାତୀୟ

‘ପ୍ରଥମେ ମଣିପୁର ଯାଆନ୍ତୁ, ତା’ ପରେ ଆମ ସହ ଲଢନ୍ତୁ’,ଭାଜପାର ବୟାନକୁ ନେଇ ଜବାବ ରଖିଲେ ଅଧିର ରଞ୍ଜନ

ନୂଆଦିଲ୍ଲୀ,୩୧।୭: ଲୋକ ସଭାରେ ବିରୋଧୀ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ମଣିପୁର ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ଦେଇଥିବା ବୟାନ ଉପରେ ଜବାବ ରଖିଛନ୍ତି। ସେ କହିଛନ୍ତି ଆମେମାନେ ତ ଏମପିଙ୍କ ପ୍ରତିନିଧି ମଣ୍ଡଳକୁ ନେଇ ମଣିପୁର ଯାଇଥିଲୁ, ପ୍ରଧାନମନ୍ତ୍ରୀ ବି ନିଜ ଦଳକୁ ନେଇ ମଣିପୁର ଯାଆନ୍ତୁ। ଆଉ ସେଠାରୁ ଫେରିବା ପରେ ଆମସହ ଟକ୍କର ଦିଅନ୍ତୁ ସେଥିପାଇଁ ତ ଆମେ ଅବିଶ୍ୱାସ ପ୍ରସ୍ତାବ ଦେଇଛୁ।

ପ୍ରଥମେ ଅବିଶ୍ୱାସ ପତ୍ର ଉପରେ ଆଲୋଚନା କରାଯାଉ ବୋଲି ଧିର ରଂଜନ ଚୌଧୁରୀ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆତ୍ମବିଶ୍ୱାସ ପ୍ରସ୍ତାବ ବିଚାରାଧୀନ ଅଛି, ସେତେବେଳେ ପ୍ରଥମେ ଏହା ଉପରେ ଆଲୋଚନା କରାଯିବା ଉଚିତ। ଦିଲ୍ଲୀ ବିଲ ଉପରେ ମଧ୍ୟ ଆଲୋଚନା ହେବ, କିନ୍ତୁ ପ୍ରଥମେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରାଯିବା ଉଚିତ। ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମେବିଏସି ବୈଠକ ସମ୍ପର୍କରେ କୌଣସି ସୂଚନା ପାଇନାହୁଁ।
ଅନ୍ୟପକ୍ଷରେ ମଣିପୁର ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆମେ ମଣିପୁର ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବିକୁ ଗ୍ରହଣ କରିଥିଲୁ, ସେତେବେଳେ ସେ ଚିଠି ବଦଳାଇ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ। ସେ କହିଛନ୍ତି ଯେ ବିରୋଧୀ କେବଳ ଜିଦରେ ବସିଛନ୍ତି, କିନ୍ତୁ ଏହାର ସମାଧାନର ରାସ୍ତା ବାହାର କରାଯିବା ଉଚିତ।

Share