ଲକ୍ଷ୍ନୌ,୨୦।୪: ପ୍ରୟାଗରାଜରେ ଅତିକ୍ ଅହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ସିଟି କଂଗ୍ରେସ କମିଟି ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି। ସୂଚନାଯୋଗ୍ୟ, କଂଗ୍ରେସ ନେତା ତଥା କାଉନସିଲର ପ୍ରାର୍ଥୀ ରାଜକୁମାର ଅତିକ୍ଙ୍କ କବର ଉପରେ ତ୍ରିରଙ୍ଗା ରଖିଥିଲେ। କେବଳ ଏତିକି ନୁହେଁ, ଭାରତ ରତ୍ନଙ୍କୁ ଦେବାକୁ ଦାବି କରିଥିଲେ। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଦଳ ତାଙ୍କୁ ନିଲମ୍ବନ କରିଥିଲା। ଯେତେବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ପ୍ରୟାଗରାଜର ସିଟି କଂଗ୍ରେସ କମିଟି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଥିବା ଜଣାପଡିଛି।