ନୂଆଦିଲ୍ଲୀ,୩।୩: କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନା ଧରୁନି। ଦଳରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ନେତା ରଶିଦ୍ ଆଲ୍ଭି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଏହି ଦାୟିତ୍ୱ ପ୍ରିିୟଙ୍କ ଗାନ୍ଧୀ ଭଦ୍ରାଙ୍କୁ ପ୍ରଦାନ କରାଯିବା ଆବଶ୍ୟକ। ସାମ୍ପ୍ରତିକ ସ୍ଥିତିରେ ଭାଜପା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖୀନ ହେଲା ଭଳି ଶକ୍ତି ପ୍ରିୟଙ୍କାଙ୍କର ରହିଛି। ପ୍ରିୟଙ୍କାଙ୍କଠାରୁ ଅନ୍ୟ କେହି କଂଗ୍ରେସର ଟାଣୁଆ ଅଧ୍ୟକ୍ଷା ହୋଇପାରିବେ ନାହିଁ। ଏବେ ସମୟ ଆସିଛି କଂଗ୍ରେସ ହାଇକମାଣ୍ଡ ଏନେଇ ବିଚାର କରିବା ଉଚିତ। ଦଳରେ ତାଙ୍କର ଏଭଳି ଦାବି ନେଇ କେହି ଖରାପ ଭାବିଲେ ମଧ୍ୟ ସେ ଏହାକୁ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି।