ଭୁବନେଶ୍ୱର,୧୭ା୯(ବ୍ୟୁରୋ)-କଂଗ୍ରେସ ଏମ୍ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ଏବଂ ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସାରେ ଭୁବନେଶ୍ୱରରେ ପହଞ୍ଚଛନ୍ତି। ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି ) ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ନେତୃମଣ୍ଡଳୀମାନଙ୍କ ବୈଠକରେ ‘ଭାରତ ଯୋଡ଼ୋ ଯାତ୍ରା- ଓଡ଼ିଶା’ ସମ୍ପର୍କରେ ଉଭୟ ନେତା ବିଚାରବିମର୍ଶ କରିବେ । ଏହାପରେ ମଧ୍ୟାହ୍ନ ୧୨ ଘଟିକା ସମୟରେ ଏକ ଖବରଦାତା ସମ୍ମିଳନୀରେ ଉଦ୍ବୋଧନ ଦେବେ ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି।