Categories: ଜାତୀୟ

ମୋବାଇଲ୍‌ ଧରୁଥିବା ଝିଅ ନୁହନ୍ତି, ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି: ଦିଗ୍‌ବିଜୟ

ଭୋପାଳ,୨୬।୧୨: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଜିନ୍ସ ପିନ୍ଧୁଥିବା ଏବଂ ମୋବାଇଲ୍‌ ଧରୁଥିବା ଝିଅ ନୁହେଁ , ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି। ଦିଗ୍‌ବିଜୟ ଏପରି କହୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ, ସେ ମଧ୍ୟ ସାଭରକର ଏବଂ ହିନ୍ଦୁତ୍ୱ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି।
ଦିଗ୍‌ବିଜୟ ସିଂଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା ବିରୋଧ କରିଛି। ଭାଜପା ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, ଦିଗ୍‌ବିଜୟ ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ମହିଳାଙ୍କୁ ନେଇ ତାଙ୍କର ନିମ୍ନସ୍ତରର ଚିନ୍ତାଧାରା ରହିଛି। ସେ ପାଗଳ ହୋଇଯାଇଛନ୍ତି। ମୁଁ ସୋନିଆ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ସେ ଏଭଳି ବ୍ୟକ୍ତିଙ୍କୁ ଦଳରେ କାହିଁକି ରଖିଛନ୍ତି।

Share